Author: Purva Paksha

କଥାରେ ଅଛି; ଆଲା ମେହେରବାନ ତୋ ଗଧା ପେହେଲବାନ। ଏକଥାଟି ବର୍ତ୍ତମାନ ରାଜ୍ୟ ସରକାରଙ୍କ ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗରେ ଦେଖା ଦେଇଛି। ମନ୍ତ୍ରୀଙ୍କ ଓଏସଡି ବା ଟହଲିଆ ଭାବରେ ନିଯୁକ୍ତି ପାଇଥିବା  ଜଣେ ଅଧସ୍ତନ କର୍ମଚାରୀ ଏବେ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେବାକୁ ଦୁଃସାହାସ କରିଛନ୍ତି। ଏହାକୁ ନେଇ ଏବେ ପାୱାର କରିଡରରେ ବଡ଼ ଚର୍ଚ୍ଚା ହେଉଛି। ପ୍ରଥମ ଥର ପାଇଁ କ୍ଷମତାକୁ ଆସିଥିବା ବିଜେପି ସରକାରରେ ଶାସନ ଏପରି ହୁଗୁଳା ହେଲାଣି ଯେ, ଜଣେ ପ୍ରମୁଖ ଶାସନ ସଚିବଙ୍କୁ ମନ୍ତ୍ରୀଙ୍କ କାର୍ଯ୍ୟାଳୟର ଓଏସଡି(ଅଫିସର ଅନ୍‍ ସ୍ପେଶାଲ ଡ୍ୟୁଟି) ନିର୍ଦ୍ଦେଶ ଦେଉଛନ୍ତି। ମନ୍ତ୍ରୀଙ୍କ ଗସ୍ତର ସମସ୍ତ ବ୍ୟବସ୍ଥା କରିବାକୁ ଲିଖିତ ନିର୍ଦ୍ଦେଶ ପଠାଉଛନ୍ତି। ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗରେ ଏହା ଘଟିଛି । ବିଭାଗର ପ୍ରମୁଖ ଶାସନ ସଚିବ ଭାବରେ ୧୯୯୬ ବ୍ୟାଚର ବରିଷ୍ଠ ଆଇଏଏସ ଅଫିସର ଉଷା ପାଢ଼ୀ ଅଛନ୍ତି । ସେ ମଧ୍ୟ ବାଣିଜ୍ୟ ଓ ପରିବହନ…

Read More