Author: Purva Paksha

ବଦଳିବାକୁ ଯାଉଛି ଭାରତୀୟ ରେଳବାଇରେ ଟ୍ରେନ୍ ଯାତ୍ରା କରିବାର ଅଭିଜ୍ଞତା । ଖୁବ ଶୀଘ୍ର ଆପଣ ଏକ ସେମି ହାଇସ୍ପିଡ୍ ବନ୍ଦେ ଭାରତ ଟ୍ରେନ୍ (ସ୍ଲିପର୍)ରେ ଯାତ୍ରାର ମଜା ଉଠାଇପାରିବେ । ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ୩୦ଟି ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ ଚଳାଇବାର ଯୋଜନା ରଖିଛନ୍ତି । ପ୍ରଥମ ଟ୍ରେନ୍ ଜୁଲାଇ ଶେଷ ସୁଦ୍ଧା ଟ୍ରାକରେ ଦୈାଡିବା ଆରମ୍ଭ କରିବ।  ଅଧିକାରୀମାନଙ୍କ କହିବା ଅନୁସାରେ , ପ୍ରଥମ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍‌ର ସ୍ପିଡ୍ ଟ୍ରାଏଲ୍ ସମାପ୍ତ ହୋଇଛିସାରିଛି । ରିସର୍ଚ୍ଚ ଡିଜାଇନ୍ ଆଣ୍ଡ୍ ଷ୍ଟାଣ୍ଡାର୍ଡସ୍ ଅର୍ଗାନାଇଜେସନ୍ ଲକ୍ଷ୍ନୌ ଟ୍ରେନ୍‌ର ପ୍ରଯୁକ୍ତିବିଦ୍ୟା ଏବଂ ଗତି ସମ୍ବନ୍ଧୀୟ ତଦନ୍ତ ସମାପ୍ତ କରିଛି। ଏବେ ରେଳବାଇ ବୋର୍ଡ ଟ୍ରେନ୍‌ର ରୁଟ୍ ଏବଂ ଭଡ଼ା ନିର୍ଣ୍ଣୟ କରୁଛି। ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ  ଆସନ୍ତା ମାସରେ ଏହି ଟ୍ରେନକୁ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିପାରନ୍ତି । ପରେ ଏହା…

Read More