Author: Purva Paksha

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ବିଶ୍ବର ନଂ-୧ ଧନୀ ଏଲନ ମସ୍କଙ୍କ କଳି ଏବେ ବିଶ୍ଵରେ ଚହଳ ଖେଳେଇ ଥିବା ବେଳେ ଭାରତ ପାଇଁ ହୋଇପାରେ କାଳ। ଯୁଦ୍ଧବିରତି କ୍ରେଡିଟ ନମିଳିବା ପରେ ଭାରତ ଉପରେ ରହିଥିବା ଟ୍ରମ୍ପଙ୍କ ରାଗର ନିଆଁରେ ଘିଅ ଢାଳିଛନ୍ତି ମସ୍କ। ବିଶ୍ବର ଦୁଇ ଶକ୍ତିଶାଳୀ ବ୍ୟକ୍ତିଙ୍କ ମିତ୍ରତା ଯେପରି ଚକିତ କରିଥିଲା ଏବେ ସେମାନଙ୍କ ଶତ୍ରୁତା ମଧ୍ୟ ବଡ ବିପଦର ଆଶଙ୍କା ବଢାଇଛି। ଟ୍ରମ୍ପ – ମସ୍କଙ୍କ ଲଢେଇ କେବଳ ଆମେରିକା ନୁହେଁ ଭାରତ ପାଇଁ ସାଂଘାତିକ ଭାବେ ଖରାପ ହୋଇପାରେ ବୋଲି କୁହାଯାଉଛି। ଟ୍ରମ୍ପଙ୍କ ସହ ସମ୍ପର୍କ କାଟିବା ପରେ ମସ୍କ ଏବଂ ତାଙ୍କ ସଂସ୍ଥା ଭାରତ ମୁହାଁ ହେଉଥିବା ବେଳେ ଏହା ବଡ ବିପଦ ସୃଷ୍ଟିକରିପାରେ ବୋଲି ଚର୍ଚ୍ଚା ହେଉଛି। ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ପଦ ସମ୍ଭାଳିବା ପରେ ପରେ ତାଙ୍କର ପ୍ରଥମ ପ୍ରହାର ଭାରତ ଉପରେ ରହିଥିଲା। ଭାରତ ଉପରେ…

Read More