Author: Purva Paksha

ନିକଟ ଅତୀତରେ, ଦେଶରେ ତଥ୍ୟ ଉପଲବ୍ଧତାରେ ଥିବା ଶୂନ୍ୟସ୍ଥାନ ପୂରଣ କରିବା ପାଇଁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଉଦାହରଣ ସ୍ୱରୂପ, କେନ୍ଦ୍ରର ଏନଡ଼ିଏ ସରକାର ୨୦୨୨-୨୩ ଏବଂ ୨୦୨୩-୨୪ ପାଇଁ ଦୁଇ ପର୍ଯ୍ୟାୟ ଘରୋଇ ଉପଭୋଗ ବ୍ୟୟ ସର୍ବେକ୍ଷଣ କରିଛି ଯାହା ଘରୋଇ ଖର୍ଚ୍ଚ ଢାଞ୍ଚା ଉପରେ ସୂକ୍ଷ୍ମ ତଥ୍ୟ ପ୍ରଦାନ କରିଛି ଖାଲି ସେତିକି ନୁହେଁ,ଦେଶରେ ଦାରିଦ୍ର୍ୟ ଏବଂ ଅସମାନତାର ଆକଳନ ପାଇଁ ମଧ୍ୟ ଅନୁମତି ଦେଇଛି। ସରକାର ଏହା ମଧ୍ୟ ଘୋଷଣା କରିଛନ୍ତି ଯେ ଶ୍ରମଶକ୍ତି ସର୍ବେକ୍ଷଣର ସଂଶୋଧିତ ନମୁନା ଡିଜାଇନ ପ୍ରମୁଖ ଶ୍ରମ ବଜାର ସୂଚକଗୁଡ଼ିକର ମାସିକ ଆକଳନ ସୃଷ୍ଟି କରିବାରେ ସହାୟକ ହେବ, ଯାହା କି ଶେଷରେ ନୀତି ନିର୍ଦ୍ଧାରଣରେ ସହାୟକ ହେବ। ଇତିମଧ୍ୟରେ ବହୁ ବିଳମ୍ବ ହୋଇଥିବା ଦଶ ବର୍ଷିୟ ଜନଗଣନା ପାଇଁ ବୁଧବାର ଦିନ ତାରିଖ ଘୋଷଣା କରି ଏହା ଆଉ ଏକ ପଦକ୍ଷେପ ନେଇଛନ୍ତି ମୋଦୀ ସରକାର। ଏହା…

Read More