Author: Purva Paksha

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ସୋମବାର ବଡ଼ ଘୋଷଣା କରିଛି । ଯେ ରଥଯାତ୍ରାରେ ଅଂଶଗ୍ରହଣ କରୁଥିବା ତୀର୍ଥଯାତ୍ରୀମାନେ ର୍ଦୁଭାଗ୍ୟ ବସତଃ କୈାଣସି ଦୁର୍ଘଟଣାର ଶିକାର ହେଲେ ତାଙ୍କୁ ୫ ଲକ୍ଷ ଟଙ୍କାର ବୀମା ମିଳିବ । ଏହି ବୀମା  ପୌରାଞ୍ଚଳ ମଧ୍ୟରେ ଘଟୁଥିବା ଦୁର୍ଘଟଣା ପାଇଁ ଭକ୍ତମାନଙ୍କୁ ଦିଆଯିବ । ଆଇନ, ପୂର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରଥଯାତ୍ରା ପ୍ରସ୍ତୁତି ବୈଠକରେ ଏହା ଉପରେ ଆଲୋଚନା କରାଯାଇଥିଲା । ବାର୍ଷିକ ମହୋତ୍ସବରେ ପ୍ରାୟ ୧୫ ଲକ୍ଷ ଭକ୍ତ ଆସିବାର ଆଶା କରାଯାଉଛି ଏବଂ ପ୍ରଶାସନ ପକ୍ଷରୁ ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ ତୀର୍ଥଯାତ୍ରୀମାନେ COVID-୧୯ ବିଷୟରେ ଚିନ୍ତା କରିବା ଉଚିତ୍ ନୁହେଁ କାରଣ ବର୍ତ୍ତମାନର ରାଜ୍ୟରେ କେବଳ ୪୯ ଜଣ ମାମଲା (୩୪ ଜଣ ସକ୍ରିୟ) ରିପୋର୍ଟ ହୋଇଛି । ତଥାପି, ସେ COVID-19…

Read More