Author: Purva Paksha

ଗାଁ ଗାଁରେ କ୍ଲବ ଖୋଲିବେ ସରକାର । ଯୁବପିଢ଼ିଙ୍କୁ ଜୀବନ କୌଶଳ ତାଲିମ ଦେବା ପାଇଁ ଓଡ଼ିଶାର ଗାଁ ଗୁଡ଼ିକରେ କିଶୋର କ୍ଲବ୍ ପ୍ରତିଷ୍ଠା ହେବ । ମହିଳା ଏବଂ ଶିଶୁ ବିକାଶ ବିଭାଗ କିଶୋରମାନଙ୍କ ମଧ୍ୟରେ ଉଦ୍ୟୋଗୀ ଚିନ୍ତାଧାରା ଗଠନ କରିବା ଏବଂ ସେମାନଙ୍କର ଯୋଗାଯୋଗ, ନେତୃତ୍ୱ ଏବଂ ସମସ୍ୟା ସମାଧାନ ଦକ୍ଷତା ବୃଦ୍ଧି କରିବା ପାଇଁ ଗ୍ରାମ ସ୍ତରରେ କିଶୋର କ୍ଲବ୍ ଗଠନ କରିବାକୁ ଯୋଜନା କରିଛି । ଏହି କ୍ଲବ୍‌ଗୁଡ଼ିକରେ  ଗାଁର କିଶୋର ପୁଅ ଏବଂ ଝିଅ ଉଭୟଙ୍କୁ ଅନ୍ତର୍ଭୁକ୍ତ କରାଯିବ ।  ଅଙ୍ଗନୱାଡି କର୍ମୀଙ୍କ ଦ୍ୱାରା ଏହା ପରିଚାଳିତ ହେବ । ପୁଅମାନଙ୍କ ପାଇଁ ୧୦-୧୪ ଏବଂ ୧୫-୧୯ ବର୍ଷ ବୟସ ପାଇଁ ଦୁଇଟି ପୃଥକ କ୍ଲବ୍ ରହିବ, ଏବଂ ସମକକ୍ଷଙ୍କୁ ଯଥାକ୍ରମେ ‘ସଖା’ ଏବଂ ‘ବନ୍ଧୁ’ ଭାବରେ ସମ୍ବୋଧିତ କରାଯିବ । ସେହିପରି ୧୦-୧୪  ବର୍ଷ ଏବଂ ୧୫-୧୯ ବର୍ଷ ବୟସର କିଶୋରୀ ଝିଅମାନଙ୍କୁ ନେଇ…

Read More