Author: Purva Paksha

ଦିନକୁ ଦିନ ନୂଆ ମୋଡ଼ ନେଉଛି ଇନ୍ଦୋରର ରାଜା ରଘୁବଂଶୀ ହତ୍ୟା ମାମଲା ଖୋଲିବାରେ ଲାଗିଛି ସାଇତାନ ପତ୍ନୀ ସୋନମର ସୁପାରି ପେଡି। ହନିମୁନରୁ ହନିଖୁନ୍ ପାଲଟିଥିବା ଘଟଣାରେ ହେଉଛି ବଡ ଖୁଲାସା। ରାଜାଙ୍କ ହତ୍ୟାର ମାଷ୍ଟରମାଇଣ୍ଡ ତାଙ୍କ ପତ୍ନୀ ସୋନମ ବୋଲି ଜଣାପଡିବା ପରେ ସ୍ତବ୍ଧ ହୋଇଛନ୍ତି ପରିବାରୁ ପୋଲିସ ଅଧିକାରୀ । ପୋଲିସ ସୋନମଙ୍କ ସହିତ ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛି। ଇନ୍ଦୋର ପୋଲିସ ସୂତ୍ର ଅନୁଯାୟୀ, ପଚରାଉଚରା ସମୟରେ ଅଭିଯୁକ୍ତମାନେ କହିଥିବା କାହାଣୀ କାହାର ବି ହୃଦୟ ଥରେଇ ଦେବ ନିଶ୍ଚୟ। ଏହା ଦର୍ଶାଉଛି ଯେ ରାଜାଙ୍କୁ ହତ୍ୟା କରିବା ପାଇଁ ସୋନମ କରିଥିଲା ବିଭିନ୍ନ ଷଡ଼ଯନ୍ତ୍ର। ସୋନମ ରଘୁବଂଶୀ ଏବଂ ରାଜ କୁଶଓ୍ବାହ ପାଞ୍ଚ ମାସ ଧରି ପ୍ରେମ ସମ୍ପର୍କରେ ଥିଲେ। ରାଜ ସ୍ୱୀକାର କରିଥିଲେ ଯେ ସୋନମଙ୍କ ସହ ତାଙ୍କର ସମ୍ପର୍କ ୪ ରୁ ୫ ମାସର ଥିଲା। ଉଭୟ ବାହାହେବାକୁ ଚାହୁଁଥିଲେ ହେଲେ…

Read More