Author: Purva Paksha

ବିଜୁ ଜନତା ଦଳରେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍‍ ଗୋଷ୍ଠୀ ଏବେ ସୁପ୍ତଭାବରେ ଦଳର ସମସ୍ତ ସମ୍ପତ୍ତିକୁ ହଡ଼ପ କରିବାକୁ ବସିଛନ୍ତି। ଏପରିକି ଦଳର ବରିଷ୍ଠ ନେତାମାନେ ଏ ବାବଦରେ ସଭାପତି ନବୀନ ପଟ୍ଟନାୟକଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଯଦିଓ ପାଣ୍ଡିଆନ୍‍ ପର୍ଦ୍ଦା ଉପରକୁ ଆସୁନାହାନ୍ତି କି କୌଣସି ରାଜନୀତିକ କାର୍ଯ୍ୟରେ ଯୋଗ ଦେଉନାହାନ୍ତି କିନ୍ତୁ ତାଙ୍କ ଲୋକଙ୍କ ପାଖରେ ଥିବା କ୍ଷମତାକୁ ଆଉ କାହାକୁ ଦେବାକୁ ମଧ୍ୟ ଦଳର ସଭାପତି ଚାହୁଁ ନାହାନ୍ତି। ଏହାଦ୍ୱାରା କିଛି ନେତା ଦଳଠୁ ବି ବଡ଼ ବୋଲି ନଜକୁ ସୂଚାଇବାକୁ ପଛାଉ ନାହାନ୍ତି। ଏହି ଗୋଷ୍ଠୀର ଏମିତି ଜଣେ ନେତା ହେଉଛନ୍ତି ମାନସ ରଞ୍ଜନ ମଙ୍ଗରାଜ। ପ୍ରଶ୍ନ ଉଠୁଛି ତାଙ୍କ ଆଗରେ କାହିଁକି ନଇଁଛି ବିଜେଡି? ଗୋଟିଏ ଦଳ ଜଣେ ବ୍ୟକ୍ତିଙ୍କ ପାଖରେ ଆଣ୍ଠେଇବା ବିଜେଡିରେ ନୂଆ କଥା ନୁହେଁ। ଇତିହାସ ସାକ୍ଷୀ ରହିଛି, ଏହା କେବେ ପ୍ୟାରୀମୋହନ ମହାପାତ୍ରଙ୍କ ପାଖରେ ତ…

Read More