Author: Purva Paksha

ଓଡ଼ିଶାର ଉଚ୍ଚଶିକ୍ଷା ବିଭାଗ ଏବଂ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (IGNOU), ନୂଆଦିଲ୍ଲୀ ଓଡ଼ିଆ ଭାଷାରେ ବିଭିନ୍ନ ସ୍ନାତକ, ସ୍ନାତକୋତ୍ତର, ଡିପ୍ଲୋମା ଏବଂ ସାର୍ଟିଫିକେଟ୍ କାର୍ଯ୍ୟକ୍ରମ ପ୍ରଦାନ କରିବା ପାଇଁ ଏକ ବୁଝାମଣାପତ୍ର (MoU) ସ୍ୱାକ୍ଷର କରିଛନ୍ତି । ଚୁକ୍ତିନାମା ଅନୁଯାୟୀ, ଇଗ୍ନୋ ଏବେ ସମଗ୍ର ରାଜ୍ୟରେ ଓଡ଼ିଆ ଭାଷାରେ ସ୍ନାତକ ଏବଂ ସ୍ନାତକୋତ୍ତର ଡିଗ୍ରୀ, ସ୍ନାତକୋତ୍ତର ଡିପ୍ଲୋମା, ଡିପ୍ଲୋମା, ସାର୍ଟିଫିକେଟ୍ ଏବଂ ସ୍ୱତନ୍ତ୍ର କାର୍ଯ୍ୟକ୍ରମ – ଯାତ୍ରା ଏବଂ ପର୍ଯ୍ୟଟନ ପରିଚାଳନା ସମେତ ବ୍ୟବିଏ, ଏମବିଏ ଏବଂ ଅନ୍ୟାନ୍ୟ ବୃତ୍ତିଗତ ପାଠ୍ୟକ୍ରମ ପ୍ରଦାନ କରିବ। ତେବେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଉପସ୍ଥିରେ ସୋମବାର ଏହି ବୁଝାମଣା ସ୍ୱାକ୍ଷର ହୋଇଥିବା ଜଣା ପଡିଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ କହିଛନ୍ତି “ଏହି ବୁଝାମଣାପତ୍ର ମାଧ୍ୟମରେ, ଆମର ଛାତ୍ରଛାତ୍ରୀମାନେ ଏବେ ଓଡ଼ିଆରେ ଉଚ୍ଚଶିକ୍ଷା ଗ୍ରହଣ କରିପାରିବେ”। ମନ୍ତ୍ରୀ କହିଛନ୍ତି ଯେ, ମାତୃଭାଷାରେ ପାଠ୍ୟକ୍ରମ…

Read More