Author: Purva Paksha

ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପ୍ରତି ଘଟିଥିବା ସଂଘର୍ଷ ଉପରେ ସାରା ବିଶ୍ୱର ନଜର ଥିଲା । ଖାସକରି ଏହା ଉପରେ ବାଜପକ୍ଷୀ ଭଳି ନଜର ରଖିଥିଲା ଆମେରିକା । ଆମେରିକା ଚୀନୀ ଅସ୍ତ୍ରଶସ୍ତ୍ରର ଗୁଣବତ୍ତା ଓ ମାରକ କ୍ଷମତା ଜାଣିବାକୁ ଚାହୁଁଥିଲା । ଭାରତ ଓ ପାକିସ୍ତାନ ମଧ୍ୟରେ ପ୍ରାୟ ୪ ଦିନ ଧରି ଚାଲିଥିବା ସଂଘର୍ଷର ଏକ ମାସ ବିତିବା ପରେ ଆମେରିକାର ଇଣ୍ଡୋ-ପାସିଫିକ କମାଣ୍ଡ ସହିତ ଜଡ଼ିତ ଏକ ଓ୍ଵେବସାଇଟର ରିପୋର୍ଟରେ କୁହାଯାଇଛି ଯେ ପାକିସ୍ତାନର ଚୀନୀ ଅସ୍ତ୍ରଶସ୍ତ୍ର ବିଫଳ ହୋଇଛି । ଇଣ୍ଡୋ-ପାସିଫିକ ଡିଫେନ୍ସ ଫୋରମର ରିପୋର୍ଟରେ କୁହାଯାଇଛି ଯେ ଭାରତ ଓ ପାକିସ୍ତାନ ମଧ୍ୟରେ ୪ ଦିନ ଧରି ଚାଲିଥିବା ସଂଘର୍ଷ ସମୟରେ ବ୍ୟବହୃତ ହାଇଟେକ ଡ୍ରୋନ, ମିସାଇଲ, ଏୟାର ଡିଫେନ୍ସ ସିଷ୍ଟମର କାର୍ଯ୍ୟଦକ୍ଷତାର ଗଭୀର ଅଧ୍ୟୟନ କରାଯାଇଛି । କିନ୍ତୁ ଚୀନରୁ କିଣାଯାଇଥିବା ପାକିସ୍ତାନର ଅସ୍ତ୍ରଶସ୍ତ୍ର ସିଷ୍ଟମ ନିରାଶାଜନକ ଫଳାଫଳ ଦେଇଛି। ରିପୋର୍ଟରେ…

Read More