Author: Purva Paksha

ଭୁବନେଶ୍ଵର ଠାରେ ଜୁନ ୨୫ରେ ହେବ କନହେଇଲାଲ ଦାସ ଜୟନ୍ତୀ ସମାରୋହ । ‘କନହେଇ କଥା ପୁରସ୍କାର’ ପାଇବେ ଗାଳ୍ପିକ ସରୋଜ ବଳ । ବାଲେଶ୍ୱର  , ଯୁବପିଢିର ପ୍ରମୁଖ କଥାକାର ଭାବରେ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଥିବା ସରୋଜ ବଳଙ୍କୁ ଚଳିତ ବର୍ଷ ‘କନହେଇ କଥା ପୁରସ୍କାର ୨୦୨୫’ ପ୍ରଦାନ କରାଯିବ। ଓଡ଼ିଆ କଥା ସାହିତ୍ୟର ପ୍ରତିଭାବାନ ଗାଳ୍ପିକ ସ୍ବର୍ଗତ କନହେଇଲାଲ ଦାସଙ୍କ ସ୍ମୃତିରେ ଏହି ପୁରସ୍କାର ପ୍ରତି ବର୍ଷ ୫୦ ବର୍ଷ ବୟସ ସୀମାରେ ଜଣେ ଯୋଗ୍ୟ ଗାଳ୍ପିକଙ୍କୁ ପ୍ରଦାନ କରାଯାଇଥାଏ। ବାଲେଶ୍ବର ସର୍କିଟ ହାଉସରେ ଏ ଉପଲକ୍ଷେ କନହେଇଲାଲ ଦାସ ସ୍ମୃତି ସଂସଦ ପକ୍ଷରୁ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯିବା ସହ ସମାରୋହ ପାଳନ ବିଷୟରେ ଆଲୋଚନା କରାଯାଇଥିଲା।ଗାଳ୍ପିକ ତଥା ସ୍ମୃତି ସଂସଦର ଆବାହକ ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଅଧକ୍ଷତା କରିଥିଲେ ସଂସଦର ସଭାପତି…

Read More