Author: Purva Paksha

ରାଜ୍ୟରେ ବିଜେପି ସରକାରକୁ ଏକ ବର୍ଷ ପୂରିଛି। ଏ ବର୍ଷ ଭିତରେ ରାଜ୍ୟକୁ କ’ଣ ମିଳିଛି ନ ମିଳିଛି ଯଦି ଚର୍ଚ୍ଚାହୁଏ, ତେବେ ନିକଟରେ ରାଜ୍ୟର ୮ଟି ଜିଲ୍ଲାକୁ ଆକ୍ରାନ୍ତ କରିଥିବା ହଇଜା ବା ଝାଡ଼ାବାନ୍ତି ଆଗରେ ସବୁକିଛି ମଳିନ ପଡ଼ିଯିବାଟା ନିଶ୍ଚିତ। କାରଣ ବିଗତ ୧୦ ଦିନ ହେଲା ରାଜ୍ୟରେ କଲେରା ଜୀବାଣୁ ଏତେ ଜୋରରେ ବ୍ୟାପିଛି ଯେ, ରାଜ୍ୟ ସରକାର ତାହାକୁ ନିୟନ୍ତ୍ରଣ କରିବାକୁ ସକ୍ଷମ ହୋଇପାରୁ ନାହାନ୍ତି। ଖାଲି ସେତିକି ନୁହେଁ, ସରକାରଙ୍କ ଟିମ୍‍ ଏ ପ୍ରକାର ସଂକ୍ରମଣର କାରଣ ଖୋଜି ପାଉନାହାନ୍ତି। ଆମେ ଯେତେବେଳେ ପ୍ରତି ଘରେ ନଳ ପାଣି ପହଞ୍ଚାଇଛୁ, ସବୁ ଗାଁ’କୁ ଖୋଲା ଶୌଚମୁକ୍ତ କରିବା ଲାଗି କୋଟି ଟଙ୍କା ଖର୍ଚ୍ଚ କରିଛୁ ସେ ସମୟରେ ଝାଡ଼ାବାନ୍ତି ପରି ବହୁ ପରିଚିତ ରୋଗର ସଂକ୍ରମଣ ସ୍ଥଳୀ ଖୋଜି ନ ପାରିବା ଏକ ଉପହାର ନୁହେଁ ତ ଆଉ କ’ଣ ହୋଇପାରେ।   ରାଜ୍ୟ…

Read More