Author: Purva Paksha

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ପୁତ୍ର ନବୀନ କେମିତି ନେତାଙ୍କୁ ବ୍ୟବହାର କରନ୍ତି ଜାଣନ୍ତି? ଅବଶ୍ୟ ଏବେ ଗଣମାଧ୍ୟମରେ ଯେମିତି ଚର୍ଚ୍ଚାସବୁ ଚାଲିଛି ସେଥିରୁ ଆପଣମାନେ ଅଳ୍ପବହୁତେ ଜାଣୁଥିବେ। ନୁହେଁକି? ହେଲେ ଆଜି ଆପଣଙ୍କୁ ଏମିତି ଗୋଟିଏ କଥା କହିବି ଯାହାକୁ ଶୁଣିଲେ ଆପଣମାନେ କାନରେ ହାତ ଦେବେ। ଖାଲି ଯେ ନୂଆ ନେତା ତା’ ନୁହେଁ; ପୁରୁଣା, ଅଭିଜ୍ଞ ନେତାମାନଙ୍କୁ ମଧ୍ୟ ତାଚ୍ଛଲ୍ୟ କରିବାକୁ ଭୁଲନ୍ତି ନାହିଁ ନବୀନ। ସେମାନଙ୍କୁ ଡାକିବା ଲାଗି କୋଡ୍‍ ନାଁ ବ୍ୟହାର କରନ୍ତି। କିନ୍ତୁ ସବୁଠାରୁ ବଡ଼କଥା ହେଲା ନେତାଙ୍କ ଉପସ୍ଥିତିରେ ଏମିତି କୁହନ୍ତିନି। ନେତା ଯେତେବେଳେ ନ ଥିବେ ତାଙ୍କୁ ଡାକିବା ତଥା ତାଙ୍କ କଥା କହିବା ଲାଗି ତାଙ୍କ ସଚିବ ଓ ଅନ୍ୟମାନଙ୍କ ଆଗରେ ଏପରି କୋଡ୍‍ ନାଁ ବ୍ୟବହାର କରନ୍ତି। ଆଉ ଆଗରେ ସମ୍ପୃକ୍ତ ନେତା ଆସିଗଲେ ପୂରା ଭଦ୍ର, ନମ୍ର ଆଉ ଏକାନ୍ତ ନିଜର। ସରଳ ଚେହେରା ନବୀନ…

Read More