Author: Purva Paksha

ଓଡ଼ିଶାରେ ବିଜେପି ସରକାର ଦ୍ୱିତୀୟ ବର୍ଷରେ ପଦାର୍ପଣ କରିଛି। ଗଲା ଏକ ବର୍ଷର ଶାସନକୁ ଯଦି ଅନୁଶୀଳନ କରାଯାଏ ତେବେ ଏହା ଦୁର୍ବଳ, ଅପରିପକ୍ୱ ରାଜ୍ୟ ନେତୃତ୍ୱକୁ ସ୍ପଷ୍ଟ କରିଛି। ସବୁବେଳେ କେନ୍ଦ୍ରୀୟ ନେତାଙ୍କ ଉପରେ ନିଷ୍ପତ୍ତିକୁ ଛାଡ଼ି ରାଜ୍ୟ ନେତାମାନେ ଏ ସମୟକୁ ହନିମୁନ୍‍ ସମୟ ପରି ଅତିବାହିତ କରିଛନ୍ତି। ଫଳସ୍ୱରୂପ ରାଜ୍ୟରେ ଯେଉଁ ଅପରାଧି ସବୁ କିଛିବର୍ଷ ହେଲା ନିଖୋଜ ହୋଇଥିଲେ ତାହା ପୁଣି ଚେଇଁ ଉଠି ଲୋକଙ୍କ ନିଦ ହଜାଇଛନ୍ତି। ସ୍ୱାସ୍ଥ୍ୟାବସ୍ଥା, ଆଇନ ଶୃଙ୍ଖଳା, ସରକାରୀ ଅଫିସରଙ୍କ ଦୁର୍ନୀତି ସବୁକିଛିରେ ଲୋକ ଦହଗଞ୍ଜ ହେଉଛନ୍ତି। ଗୋଟିଏ ଦୁଇଟି ଉଦାହରଣର ତ ପଦାକୁ ଆସିଛି ଆହୁରି ଅନେକ ପାଉଁଶ ତଳର ନିଆଁ ହୋଇ କୁହୁଳୁଛି। ଏହା କ’ଣ ମୋଦୀଙ୍କ ଶାସନ? ମୋଦୀଙ୍କ ଓଡ଼ିଶା ଆଗମନ ଅବସରରେ ଏ ପ୍ରଶ୍ନ ଓଡ଼ିଶାବାସୀଙ୍କ ମନରେ, ସମ୍ପୂର୍ଣ୍ଣ ଯୁକ୍ତି ଓ ତଥ୍ୟ ସହିତ। ନରେନ୍ଦ୍ର ମୋଦୀଙ୍କ ବିକଳ୍ପ ନାହିଁ। ଏ କଥା ବାରମ୍ବାର…

Read More