Author: Purva Paksha

ଶୀର୍ଷକ ଦେଖି ଆପଣଙ୍କୁ ଅଡ଼ୁଆ ଲାଗୁଥାଇପାରେ। ଆପଣଙ୍କ ମନରେ ଦ୍ୱନ୍ଦ୍ୱ ଆସୁଥାଇପାରେ। ଭାବୁଥିବେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ପାଇଁ ପୁଣି ପରିଚୟପତ୍ରର କି ଆବଶ୍ୟକତା? କାଳ କାଳରୁ ସେ ଆମ ମହାଦେବତା; ତାଙ୍କରି ନାଁରେ ଆମର ଜନ୍ମ ନିର୍ଦ୍ଧାରଣ, ତାଙ୍କରି ନୀତିରେ ଆମର ଜାତକ ପ୍ରସ୍ତୁତି, ତାଙ୍କୁ ଉତ୍ସର୍ଗ କରି ତ ଏ ଜୀବନ। ପୁଣି ତାଙ୍କୁ ପରିଚୟ ମାଗିବା ଧ୍ରୁଷ୍ଟତା, ଅହଙ୍କାରର ପରିଚୟ ନୁହେଁ କି? କିନ୍ତୁ ବର୍ତ୍ତମାନ ଯେଉଁଭଳି ଭାବେ ଏହି ସର୍ବପୂରାତନ ମାନବୀୟ ଶୃଙ୍ଖଳା ରଥଯାତ୍ରାକୁ ଧ୍ୱସ୍ତ କରିବାକୁ ଚେଷ୍ଟା କରାଯାଉଛି ସେଠାରେ ଶ୍ରୀଜଗନ୍ନାଥଙ୍କ ପାଇଁ ବି ଆଇନଗତ ପରିଚୟ ଆବଶ୍ୟକତା ପଡ଼ିଲାଣି। ଖାଲି ସେତିକି ନୁହେଁ, ନିଜ ଧର୍ମକୁ ନଷ୍ଟ କରିବା, ନିଜ ପରମ୍ପରାକୁ ତଳିତଳାନ୍ତ କରିବା ଏବଂ ଏହି ପରମ୍ପରାରୁ ବ୍ୟାବସାୟିକ ଫାଇଦା ନେବା ପାଇଁ ଯେଉଁ ରାଜନୀତିକ ଉଦ୍ୟମ ହେଉଛି ସେଥିରେ ପରିଚୟ ଖୋଜୁଛନ୍ତି ଶ୍ରୀ ଜଗନ୍ନାଥ। ସାରାରାଜ୍ୟରେ ଏବେ ରଥଯାତ୍ରା ଋତୁ।…

Read More