Author: Purva Paksha

ନିଜର ପ୍ରଥମ ବର୍ଷ ପୂର୍ତ୍ତିକୁ ସ୍ମରଣୀୟ କରିବାକୁ ଚାହିଁଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କ ଟିମ୍‍। ଏଥିଲାଗି ବିଭିନ୍ନ ମନ୍ତ୍ରୀ ସେମାନଙ୍କ ରିପୋର୍ଟ କାର୍ଡ ମୁଖ୍ୟମନ୍ତ୍ରୀଙ୍କୁ ଦେଇଛନ୍ତି। ଏହି ରିପୋର୍ଟ କାର୍ଡକୁ ନେଇ ଉତ୍ସବ ଆୟୋଜନ କରାଯାଇଛି। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଆସିବେ ଆଉ ଭିଜନ୍‍ ଓଡ଼ିଶା ଡକ୍ୟୁମେଣ୍ଟ ଉନ୍ମୋଚନ କରିବେ। କିନ୍ତୁ ପ୍ରଶ୍ନ ଉଠେ କ’ଣ ପାଇଁ ଏ ବର୍ଷ ମନରେ ରହିବ? କେତେ ଭଲ ଆଉ କେତେ ଖରାପ ହେବ ମୋହନଙ୍କ ପ୍ରଥମ ବର୍ଷର ସରକାର? ମୋହନ ଚରଣ ମାଝୀଙ୍କ ମୁଖ୍ୟମନ୍ତ୍ରୀତ୍ୱରେ ପ୍ରଥମ ବର୍ଷର ଶାସନ ଶେଷ ହୋଇଛି। ସବୁବେଳେ ପ୍ରଥମ ଦେଖା ହିଁ ସ୍ମରଣୀୟ ହୋଇ ରହେ। ସେ ପ୍ରେମିକା ହେଉ ବା ପ୍ରଥମ ଚାକିରି ଅଥବା ପୁଣି ପ୍ରଥମ ଚାକିରିର ସ୍ଥାନ ଓ କାଳ ଓ ପାତ୍ର- ସବୁଥିରେ ଏ ଉକ୍ତିଟି ଗ୍ରହଣୀୟ। ସେଥିଲାଗି କହନ୍ତି ଲଭ୍‍ ଆଟ୍‍ ଫାଷ୍ଟ ସାଇଟ୍‍ ବା…

Read More