Author: Purva Paksha

ଆଜି ଓଡ଼ିଶା ରାଜନୀତି ପାଇଁ ବେଶ୍‍ ସ୍ମରଣୀୟ ଦିନଟିଏ। କାରଣ ଦୁଇଜଣ ରାଜନେତାଙ୍କ ପାଇଁ ଆଜି ରାଜ୍ୟ ରାଜଧାନୀ ଚଳଚଞ୍ଚଳ। ଏହି ଦୁଇଜଣ ନେତାଙ୍କ ପାଇଁ ସେମାନଙ୍କ ଦଳର ଛାମୁଆ ନେତା, କର୍ମୀ ଏୟାରପୋର୍ଟରେ ଗଦା ହୋଇଛନ୍ତି। ଏହି କର୍ମୀମାନେ ଜଣ ନେତା ରାଜ୍ୟ ବାହାରକୁ ଯାଉଥିବାରୁ ତାଙ୍କୁ ଶୁଭକାମନା ଜଣାଇବେ, ଆଉ ଜଣକୁ ରାଜ୍ୟକୁ ଆସୁଥିବାରୁ ସ୍ୱାଗତ ଜଣାଇବେ। ଏହି ଦୁଇଜଣ ନେତା ହେଲେ ବିଜେଡି ସଭାପତି ତଥା ରାଜ୍ୟର ଲୋକପ୍ରିୟ ନେତା ନବୀନ ପଟ୍ଟନାୟକ ଓ ଦେଶକୁ ଶକ୍ତିଶାଳୀ କରିବା ପାଇଁ ପଣ କରିଥିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଥମେ ବିଜେଡି ସଭାପତି ନବୀନଙ୍କ କଥା। ରାଜ୍ୟରେ ତାଙ୍କ ଚେଲା ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ଦ୍ୱାରା ରୂପାନ୍ତରିତ ହୋଇଥିବା ବିଶ୍ୱସ୍ତରୀୟ ମେଡିକାଲ କଲେଜ ଓ ଡାକ୍ତରଖାନାରେ ନିଜର ଚିକିତ୍ସା ନ କରାଇ ମୁମ୍ବାଇର ଲୀଳାବତୀ ଡାକ୍ତରଖାନାରେ ଚିକିତ୍ସିତ ହେବାକୁ ଯାଉଛନ୍ତି। ଏଥିପାଇଁ ତାଙ୍କର ଶୁଭକାମନା କରି ଦଳର…

Read More