What's Hot
Author: Purva Paksha
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ତ୍ୱରାନ୍ୱିତ ହୋଇଥିବା ରାଜ୍ୟର ଶିଳ୍ପାୟନ ପ୍ରକ୍ରିୟାକୁ ଲାଗିଛି ଶକ୍ତ ଧକ୍କା। ଶିଳ୍ପ ବିଭାଗ ଓ ଇଡକୋର ଅଧିକାରୀମାନଙ୍କ ଲାଞ୍ଚଖୋର ମନୋବୃର୍ତ୍ତି ବେପରୁଆ ଢଙ୍ଗରୁ ଢେଙ୍କାନାଳରେ ସୌର ବିଦ୍ୟୁତ୍ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ସହ ଚୁକ୍ତି କରିଥିବା ୱାରି ଏନର୍ଜିଜ୍ ଓଡ଼ିଶା ପ୍ରକଳ୍ପରୁ ଓହରିଯାଇଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି। ପ୍ରକଳ୍ପ କାର୍ଯ୍ୟକାରିତାରେ ବିଳମ୍ବ ହେଉଥିବା ଦର୍ଶାଇ କମ୍ପାନୀ ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ବିଜେପି ସରକାର ରାଜ୍ୟରେ ପ୍ରଥମ ବର୍ଷ ପୂର୍ତ୍ତି କରିଥିବା ସମୟରେ ୱାରି ଏନର୍ଜିଜ୍ ପ୍ରସ୍ତାବିତ ପ୍ରକଳ୍ପରୁ ଓହରିଯିବା ରାଜ୍ୟ ପାଇଁ ଶୁଭ ସଙ୍କେତ ନୁହେଁ ବୋଲି କୁହାଯାଉଛି। ସରକାର ଜମି ଯୋଗାଇ ଦେଇନଥିବା କମ୍ପାନୀ ପକ୍ଷରୁ ଅଭିଯୋଗ ହେଉଥିବା କୁହାଯାଉଛି। ଏବେ ଏହି କମ୍ପାନୀ ଗୁଜରାଟ ଓ ତାମିଲନାଡୁରେ ପୁଞ୍ଜିନିବେଶ ପାଇଁ ମୁହାଁଇଥିବା କୁହାଯାଉଛି। ପୂର୍ବରୁ ମଧ୍ୟ ଗତ ବର୍ଷକ ମଧ୍ୟରେ ବହୁ କମ୍ପାନୀ…
