Author: Purva Paksha

ଚାରିଆଡ଼େ ରଥଯାତ୍ରାର ପରିବେଶ। କିଏ ପ୍ରସ୍ତୁତ ହେଉଛି ନବଯୌବନ ବେଶ ଦେଖିବାକୁ ପୁରୀ ଯିବେ; ଆଉ କିଏ ରଥଯାତ୍ରା। ପୁଣି କାହାର ରଥ ଟାଣିବାକୁ ମନ ତ ଆଉ କାହାର ଜଗାର ବାଙ୍କ ଚାହାଣୀର ଝଲକ ପାଇବାକୁ ବ୍ୟାକୁଳ। ବ୍ୟବସାୟିକ ଗୋଷ୍ଠୀ ତ ନିଜର ବ୍ୟବସାୟ ବଢ଼ାଇବା, ଲୋକ ସମାଗମରେ ନିଜ ବ୍ରାଣ୍ଡର ପ୍ରଚାର କିପରି ହେବ ସେ ବିଷୟରେ ଚିନ୍ତା ଚାଲିଛି। ହେଲେ ସବୁରି ମୂଳରେ ଖେଳ ଖେଳୁଛି ଶ୍ରୀମନ୍ଦିର ପ୍ରଶାସନ। ନିଜ ପ୍ରତିଛବିକୁ ସ୍ୱଚ୍ଛ ରଖିବାର ବାର୍ତ୍ତା ଦେଉଥିବା ଏହି ପ୍ରଶାସନରେ ଦିନକୁ ଦିନ ଦାଗ ବଢ଼ିବାରେ ଲାଗିଛି। କିଛି ସେବକଙ୍କୁ ଦଣ୍ଡ ବଦଳରେ ପ୍ରୋତ୍ସାହନ ଦେଇ ଶ୍ରୀଜଗନ୍ନାଥ ପରମ୍ପରାରେ କଳଙ୍କିତ ଅଧ୍ୟାୟ ଯୋଡ଼ିଛି ଶ୍ରୀମନ୍ଦିର ପ୍ରଶାସନ। ଏମିତି କଳଙ୍କିତ ଅଧ୍ୟାୟଗୁଡ଼ିକରେ ଆଜି ଆଉ ଏକ କଳଙ୍କ ଯୋଡ଼ି ହୋଇଛି ତାହା ହେଲେ ମୋଦକ ଚୋରି। ଆଉ ଦିନକ ପରେ ପ୍ରଭୁଙ୍କ ନବଯୌବନ ବେଶ। ପରମ୍ପରା, ପ୍ରଥା ଓ…

Read More