Author: Purva Paksha

ରାଜ୍ୟର ମୋହନ ଚରଣ ମାଝୀଙ୍କ ସରକାର ଓଡ଼ିଆ ଅସ୍ମିତା କଥା କହି କ୍ଷମତା ଆସିଛି। କିନ୍ତୁ ସରକାରର ବିଭିନ୍ନ ବିଭାଗରେ ଥିବା ଅଧିକାରୀମାନେ ଏବେ ଓଡ଼ିଆ ମାରଣ କାମରେ ଲାଗିଛନ୍ତି। ଶିଳ୍ପ ବିଭାଗ ଓ ଇଡକୋ ପରେ ଷ୍ଟାର୍ଟଅପ୍ ସଂସ୍ଥାମାନଙ୍କୁ ପ୍ରୋତ୍ସାହିତ କରିବାକୁ ଥିବା ଓ-ହବରେ ଏବେ ଓଡ଼ିଆ ମାରଣ କାମ ଜୋରରେ ଚାଲିଛି। ଓଡ଼ିଆ ମାରଣ କାମ କରୁଥିବା ସରକାରୀ ଅଧିକାରୀଙ୍କୁ ରାଜ୍ୟ ବିଜେପି ନେତାମାନେ କୋଳରେ ବସାଇ ତାକୁ ସୁରକ୍ଷା ଦେଉଥିବା ଅଭିଯୋଗ ହେଉଛି। ଅଭିଯୋଗ ଅନୁସାରେ ତାନୁମାନସା ରିସର୍ଚ୍ଚ ପ୍ରାଇଭେଟ୍ ଲିମିଟେଡ୍, ଏକ ଡିପ୍-ଟେକ୍ ଷ୍ଟାର୍ଟଅପ୍ ଯାହା ଷ୍ଟାର୍ଟଅପ୍ ଓଡ଼ିଶାର ଓ-ହବରେ ଗର୍ବର ସହିତ ଉତ୍ପନ୍ନ ହୋଇଛି। ଦୁଇମାସ ପୂର୍ବେ, ସହଯୋଗକୁ ପ୍ରୋତ୍ସାହିତ କରିବା ଏବଂ ଓଡିଶାରେ ଜନ୍ମିତ ଷ୍ଟାର୍ଟଅପ୍‍ମାନଙ୍କର ଅତ୍ୟାଧୁନିକ କାର୍ଯ୍ୟ ପ୍ରଦର୍ଶନ କରିବା ପାଇଁ ଓ-ହବରେ ଏକ କ୍ଲାଉଡ୍ ଏବଂ ଏଆଇ ଇନୋଭେସନ୍ ଇଭେଣ୍ଟ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଥିଲା। ଆଶ୍ଚର୍ଯ୍ୟଜନକ ଭାବରେ, ଏହି…

Read More