Author: Purva Paksha

Maoist Killed: ବର୍ତ୍ତମାନ ସୁଦ୍ଧା ଛତିଶଗଡ଼ରେ ସୁରକ୍ଷା କର୍ମୀ ଓ ମାଓବାଦୀ ଏନକାଉଣ୍ଟରରେ ୩୦ଜଣ ମାଓବାଦୀ ନିହତ ହୋଇଛନ୍ତି। ସବୁଠାରୁ ବଡ଼କଥା ହେଲା ମାଓ ନେତା ଦାମଦରର ମଧ୍ୟ ମୃତ୍ୟୁ ହୋଇଛି । ଏନ୍‌କାଉଣ୍ଟରରେ ଦାମଦରର ମୃତ୍ୟୁ ହୋଇଥିବା ନେଇ ମାଓ ସଂଗଠନର କହିଛି । ଆଜି ସକାଳେ ଓଡ଼ିଶାର ନୂଆପଡ଼ା ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ସିଆରପିଏଫ ଯବାନଙ୍କ ସହ ଓଡ଼ିଶା ଓ ଛତିଶଗଡ଼ ପୁଲିସର ମିଳିତ ଅପରେସନରେ ୧୦ ଜଣ ମାଓବାଦୀ ନିହତ ହୋଇଛନ୍ତି। ଓଡ଼ିଶା ପୁଲିସ ରାଜ୍ୟ ମୁଖ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଜାନୁଆରି ୧୯ ତାରିଖ ରାତିରେ ମିଳିଥିବା ଗୁଇନ୍ଦା ସୂଚନା ଆଧାରରେ ଏହି ଅପରେସନ୍ ଆରମ୍ଭ ହୋଇଥିଲା। ଓଡ଼ିଶା ସୀମାଠାରୁ ପାଖାପାଖି ୫ କିଲୋମିଟର ଦୂର ଛତିଶଗଡ଼ର କୁଲାରୀଘାଟ ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟକ ମାଓବାଦୀ ଲୁଚି ରହିଥିବା ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି। ଏହାପରେ ଓଡ଼ିଶା ପୁଲିସର ସ୍ପେଶାଲ ଅପରେସନ୍ ଗ୍ରୁପ୍ (ଏସ୍ଓଜି), ଛତିଶଗଡ଼…

Read More