Author: Purva Paksha

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକବର୍ଷ ବଜେଟରେ ରେଳବାଇକୁ ୨.୬୫ ଲକ୍ଷ କୋଟି ଟଙ୍କା ଦେଇଥିଲେ। ଯେଉଁଥିରେ ରେଳ କର୍ମଚାରୀଙ୍କ ଦରମା ଏବଂ ପେନସନ ସହିତ ଭାରତୀୟ ରେଳର ଆଧୁନିକୀକରଣ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ଥିଲା। ହେଲେ ଏଥର ବଜେଟରେ ରେଳବାଇକୁ ଏକ ବଡ଼ ଉପହାର ମିଳିପାରେ। ଫେବୃଆରୀ ପହିଲାରେ ଅର୍ଥମନ୍ତ୍ରୀ ୨୦୨୫-୨୬ ଆର୍ଥିକବର୍ଷ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିବେ। ଏହି ବଜେଟରେ, ଅର୍ଥମନ୍ତ୍ରୀ ଭାରତୀୟ ରେଳବାଇ ପାଇଁ ଏକ ବଡ଼ ଉପହାର ଘୋଷଣା କରିପାରନ୍ତି। ସୂଚନାଯୋଗ୍ୟ ଯେ ୨୦୨୪-୨୫ ଆର୍ଥିକବର୍ଷ ପାଇଁ ରେଳବାଇକୁ ବଜେଟରେ ୨୬୫ ଲକ୍ଷ କୋଟି ଟଙ୍କା ମିଳିଥିଲା, ଯେଉଁଥିରେ ଏଥର ୧୫ରୁ ୧୮ ପ୍ରତିଶତ ବୃଦ୍ଧି ପାଇପାରେ। ଏହି ଉପହାର ୨୦୨୫ ବଜେଟରେ ରେଳବାଇ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ରେଳବାଇ ଦ୍ରୁତ ଆଧୁନିକୀକରଣର ଗତି କରୁଛି, ଯେଉଁଥିରେ ଦୁର୍ଘଟଣା ରୋକିବା ପାଇଁ ରେଳବାଇ କବଚ ସିଷ୍ଟମ ସ୍ଥାପନ କରୁଛି। ୨୦୨୪ ମସିହାରେ ୭୦ଟି…

Read More