Author: Purva Paksha

Budget 2025: ବଜେଟ୍-୨୦୨୫ ସହ ଜଡ଼ିତ ଅନେକ ଆଶା ରହିଛି ଯାହା ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେଇପାରିବ। ଏହି ପରିବର୍ତ୍ତନ ଦ୍ୱାରା ଟିକସଦାତାମାନେ ଲାଭବାନ ହେବାର ସମ୍ଭାବନା ରହିଛି । ଏହି ବଜେଟରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ କି? ଜାଣନ୍ତୁ ଏହି ବଜେଟ୍ ସହ ଜଡିତ ୫ଟି ପ୍ରମୁଖ ଆଶା। ଫେବ୍ରୁଆରୀ ୧ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ସଂସଦରେ ସାଧାରଣ ବଜେଟ୍ ରଖିବାକୁ ଯାଉଛନ୍ତି। ବଜେଟ୍ ୨୦୨୫କୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅନେକ ଆଶା ରହିଛି। ଅର୍ଥମନ୍ତ୍ରୀ ଏଥର ଆମ ଆଦମୀ ବିଶେଷ କରି ମଧ୍ୟବିତ୍ତ ବର୍ଗକୁ ଆଶ୍ୱସ୍ତି ଦେଇପାରନ୍ତି ବୋଲି ଆଶା କରାଯାଉଛି। ମୋଦୀ ସରକାରଙ୍କ ତୃତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟରେ ଏଥରେ ଟିକସଦାତାଙ୍କୁ ଆଶ୍ୱସ୍ତି ମିଳିବ ବୋଲି ଅନୁମାନ କରାଯାଉଛି। ଟିକସରେ ଏଭଳି କିଛି ପରିବର୍ତ୍ତନ ଆସିବ ଯାହାଦ୍ୱାରା ଟିକସଦାତାମାନେ ଲାଭବାନ ହେବାର ସମ୍ଭାବନା ରହିଛି। ଆସନ୍ତୁ ଜାଣିବା ଆଗାମୀ ବଜେଟକୁ ନେଇ ଟିକସଦାତାଙ୍କ…

Read More