ସାଧାରଣତଃ କୁହାଯାଏ— “ରାଜନୀତିରେ ଆକାଂକ୍ଷା ବା ଆମ୍ବିସନ୍ ରହିବା ଭଲ, କିନ୍ତୁ ଅତି-ଉଚ୍ଚାକାଂକ୍ଷା (Over-ambition) ସର୍ବନାଶର କାରଣ ହୋଇଥାଏ।”
ଭାରତୀୟ ରାଜନୀତିରେ ୨୦୧୯, ୨୦୨୪ ଏବଂ ୨୦୨୬— ଏହି ତିegଟି ବର୍ଷ ଏପରି କିଛି ପରିବର୍ତ୍ତନ ଆଣିଛି, ଯାହା ଆଞ୍ଚଳିକ ଦଳଗୁଡ଼ିକର ଭବିଷ୍ୟତକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି। ଆଜି ଆମେ କଥା ହେବା ତିନୋଟି ବଡ଼ ରାଜନୈତିକ କାହାଣୀ ବିଷୟରେ।
• ତିନିଜଣ ହେଭିୱେଟ୍ ନେତା— ଉଦ୍ଧବ ଠାକରେ, ଶରଦ ପୱାର ଏବଂ ମମତା ବାନାର୍ଜୀ।
• ତିନିଟି ଶକ୍ତିଶାଳୀ ଦଳ— ଶିବସେନା, ଏନ୍ସିପି (NCP) ଏବଂ ତୃଣମୂଳ କଂଗ୍ରେସ (TMC)।
• ଆଉ ଏହି ତିନିଜଣଙ୍କ କାହାଣୀର ଶେଷ ନିଷ୍କର୍ଷ କିନ୍ତୁ ଗୋଟିଏ!
ଯେଉଁମାନେ ଦିନେ ଭାବୁଥିଲେ ଯେ ସେମାନେ ଭାରତୀୟ ଜନତା ପାର୍ଟିକୁ ନିଜ ନିଜ ଗଡ଼ରେ ଚେକ୍ମେଟ୍ ଦେଇଦେଲେ, ଆଜି ସେମାନଙ୍କର ନିଜ ଦଳ, ସେମାନଙ୍କର ପ୍ରତୀକ, ଆଉ ସେମାନଙ୍କର ରାଜନୈତିକ ଭବିଷ୍ୟତ ହିଁ ପ୍ରଶ୍ନଘେରରେ! ଏହା କେବଳ ସଂଯୋଗ, ନା ଏହା ପଛରେ ଅଛି ନରେନ୍ଦ୍ର ମୋଦୀ ଓ ଅମିତ ଶାହଙ୍କ କୋଲ୍ଡ-କାଲକୁଲେଟେଡ୍ ସ୍ଟ୍ରାଟେଜି? ଆସନ୍ତୁ ଆଜି ଏହାର ଗଭୀର ପୋଷ୍ଟମୋର୍ଟମ୍ କରିବା।
ମହାରାଷ୍ଟ୍ରର ପ୍ରଥମ ଅଧ୍ୟାୟ — ଉଦ୍ଧବ ଠାକରେଙ୍କ ଭୁଲ୍ କାଲକୁଲେସନ୍
କାହାଣୀର ଆରମ୍ଭ ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରୁ। ବିଜେପି ଓ ଶିବସେନା ମେଣ୍ଟ କରି ନିର୍ବାଚନ ଲଢ଼ିଲେ, ଆଉ ଜନତା ସେମାନଙ୍କୁ ସ୍ପଷ୍ଟ ବହୁମତ ଦେଲେ। କିନ୍ତୁ ନିର୍ବାଚନ ଫଳାଫଳ ଆସିବା ପରେ ଆରମ୍ଭ ହେଲା ଅସଲ ଖେଳ। ଉଦ୍ଧବ ଠାକରେଙ୍କର ମୁଖ୍ୟମନ୍ତ୍ରୀ ହେବାର ବ୍ୟକ୍ତିଗତ ଉଚ୍ଚାକାଂକ୍ଷା ଜାଗିଉଠିଲା।
ଶରଦ ପୱାର ଏହି କଥାକୁ ବୁଝିଗଲେ। ସେ ସୁଯୋଗ ଦେଖି ଉଦ୍ଧବଙ୍କୁ ମୁଖ୍ୟମନ୍ତ୍ରୀ ପଦର ଆଶା ଦେଖାଇଲେ, କଂଗ୍ରେସକୁ ସାଙ୍ଗରେ ଆଣିଲେ, ଆଉ ବିଜେପିକୁ ପୂର୍ଣ୍ଣ ବହୁମତ ମିଳିବା ସତ୍ତ୍ୱେ କ୍ଷମତାଚ୍ୟୁତ କରି ବିରୋଧୀ ଆସନରେ ବସାଇ ଦେଲେ। ‘ମହାବିକାଶ ଅଘାଡ଼ି’ (MVA) ସରକାର ଗଢ଼ାଗଲା। ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେଲେ, ଶରଦ ପୱାର ‘ରାଜନୀତିର ଚାଣକ୍ୟ’ ବୋଲାଗଲେ।
କିନ୍ତୁ ସେତେବେଳେ ସେମାନେ ଭୁଲିଯାଇଥିଲେ ଯେ ସେମାନଙ୍କର ଲଢ଼େଇ ନରେନ୍ଦ୍ର ମୋଦୀ ଓ ଅମିତ ଶାହଙ୍କ ସହ ଥିଲା। ବିଜେପି ତୁରନ୍ତ କୌଣସି ପ୍ରତିକ୍ରିୟା ଦେଲାନାହିଁ। ପ୍ରାୟ ୨.୫ ବର୍ଷ ପର୍ଯ୍ୟନ୍ତ ନୀରବରେ ଅପେକ୍ଷା କଲା।
ତା’ପରେ ଯାହା ହେଲା, ତାହା ସମଗ୍ର ଦେଶ ଦେଖିଲା। ୧୯୬୬ରେ ବାଲାସାହେବ ଠାକରେ ଯେଉଁ ଶିବସେନା ପ୍ରତିଷ୍ଠା କରିଥିଲେ, ୨୦୨୨ ଆସୁ ଆସୁ ଏକନାଥ ସିନ୍ଦେ ୪୦ ଜଣ ବିଧାୟକଙ୍କୁ ନେଇ ଦଳରୁ ଅଲଗା ହୋଇଗଲେ।
ଫଳାଫଳ କ’ଣ ହେଲା? ନିର୍ବାଚନ କମିଶନ୍ଙ୍କ ନିଷ୍ପତ୍ତି ପରେ ଶିବସେନାର ଅସଲ ନାମ, ଦଳୀୟ ଚିହ୍ନ ‘ଧନୁ-ଶର’ ଏବଂ ଦଳୀୟ ପତାକା— ସବୁକିଛି ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ପାଖକୁ ଚାଲିଗଲା।
ଉଦ୍ଧବ ଠାକରେ, ଯିଏ ନିଜକୁ ଏକଦା ଶକ୍ତିଶାଳୀ ମନେକରୁଥିଲେ, ଆଜି ନିଜ ବାପାଙ୍କ ପ୍ରତିଷ୍ଠିତ ଦଳର ନାମ ଓ ଚିହ୍ନ ହରାଇ ଏକ ପ୍ରାନ୍ତୀୟ ନେତାରେ ପରିଣତ ହୋଇସାରିଛନ୍ତି।
ମହାରାଷ୍ଟ୍ରର ଦ୍ୱିତୀୟ ଅଧ୍ୟାୟ — ‘ଚାଣକ୍ୟ’ ଶରଦ ପୱାରଙ୍କ ଗୁପ୍ତ ସଙ୍କଟ
ଏବେ ଆସନ୍ତୁ ଦ୍ୱିତୀୟ କାହାଣୀକୁ। ସେହି ‘ରାଜନୈତିକ ଚାଣକ୍ୟ’ ଶରଦ ପୱାର, ଯିଏ ବିଜେପିକୁ କ୍ଷମତାରୁ ଦୂରେଇ ରଖିବାକୁ MVA ରଚନା କରିଥିଲେ, ସେ ନିଜେ ସେହି ସେମାନଙ୍କ ଗୋଟିଚାଳନାର ଶିକାର ହେଲେ।
ଯେଉଁ ନୀତିରେ ଉଦ୍ଧବ ଠାକରେଙ୍କ ଦଳ ଭାଙ୍ଗିଲା, ଠିକ୍ ସେହି ନୀତିରେ ଶରଦ ପୱାରଙ୍କ ନିଜ ପୁତୁରା ଅଜିତ ପୱାର ଦଳର ପ୍ରମୁଖ ନେତା ଓ ବିଧାୟକଙ୍କୁ ନେଇ ବିଜେପି-ସିନ୍ଦେ ସରକାରରେ ସାମିଲ ହୋଇଗଲେ। ୧୯୯୯ରେ ସୋନିଆ ଗାନ୍ଧୀଙ୍କ ବିଦେଶୀ ମୂଳ ପ୍ରସଙ୍ଗ ଉଠାଇ ଶରଦ ପୱାର ଯେଉଁ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (NCP) ଗଢ଼ିଥିଲେ, ସେହି ଦଳର ଅସଲ ନାମ ଓ ଚିହ୍ନ ‘ଘଣ୍ଟା’ ଅଜିତ ପୱାରଙ୍କ ପାଖକୁ ନେଇଗଲେ।
ଶରଦ ପୱାରଙ୍କ ପାଖରେ ରହିଗଲା କେବଳ ଗୋଟିଏ ନୂଆ ନାଁ— ‘NCP ଶରଦଚନ୍ଦ୍ର ପୱାର’।
ଆଜି ୯୦ ବର୍ଷ ବୟସରେ ପହଞ୍ଚିଥିବା ଶରଦ ପୱାରଙ୍କ ପାଖରେ ଭବିଷ୍ୟତ ପାଇଁ ବିକଳ୍ପ କ’ଣ?
• ପ୍ରଥମ: ଯେଉଁ କଂଗ୍ରେସକୁ ଛାଡ଼ି ସେ ଅଲଗା ହୋଇଥିଲେ, ସେହି ସୋନିଆ ଓ ରାହୁଲ ଗାନ୍ଧୀଙ୍କ ପାଖରେ ଆତ୍ମସମର୍ପଣ କରି ଦଳକୁ ମିଶ୍ରଣ କରିବା।
• କିମ୍ବା ଦ୍ୱିତୀୟ: ବିଜେପି ଓ NDA ସହ ପୁନର୍ବାର ବୁଝାମଣା କରି ନିଜ ଝିଅ ସୁପ୍ରିୟା ସୁଲେଙ୍କ ରାଜନୈତିକ ଭବିଷ୍ୟତ ସୁରକ୍ଷିତ କରିବା।
କିନ୍ତୁ ଦୁଇଟିଯାକ ସ୍ଥିତିରେ, ଶରଦ ପୱାର ଆଜି ସର୍ତ୍ତ ରଖିବା ସ୍ଥିତିରେ ନାହାନ୍ତି। ଯେଉଁ ନେତା ଦିନେ ସର୍ତ୍ତ ରଖୁଥିଲେ, ଆଜି ସେ ଅନ୍ୟର ସର୍ତ୍ତ ମାନିବାକୁ ବାଧ୍ୟ ହେଉଛନ୍ତି।
ପଶ୍ଚିମବଙ୍ଗର ତୃତୀୟ ଅଧ୍ୟାୟ — ‘ଅଗ୍ନିକନ୍ୟା’ ମମତା ଓ TMC ର ବିଭାଜନ
ଏବେ ଆସନ୍ତୁ ତୃତୀୟ ଏବଂ ସବୁଠାରୁ ନାଟକୀୟ କାହାଣୀକୁ— ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।
୧୯୯୮ରେ ତୃଣମୂଳ କଂଗ୍ରେସ (TMC) ଗଠନ କରି, ସିପିଆଇଏମ୍ (CPIM) ର ୩୪ ବର୍ଷର ଦୁର୍ଗକୁ ଭାଙ୍ଗି ଲଗାତାର ୧୫ ବର୍ଷ ଧରି ବେଙ୍ଗଲରେ ଶାସନ କରୁଥିବା ‘ଅଗ୍ନିକନ୍ୟା’ ମମତା ବାନାର୍ଜୀଙ୍କୁ ଅପରାଜେୟ ମନେକରାଯାଉଥିଲା। ୨୦୨୧ ବିଧାନସଭା ନିର୍ବାଚନରେ ବିଜେପିର ସମସ୍ତ ଚେଷ୍ଟା ସତ୍ତ୍ୱେ ମମତା ପୁନର୍ବାର ସତ୍ତାକୁ ଫେରିଥିଲେ।
କିନ୍ତୁ ନିକଟତର ସମୟରେ TMC ଭିତରେ ଯେଉଁ ଅନ୍ତର୍ଦ୍ୱନ୍ଦ୍ୱ ଆରମ୍ଭ ହେଲା, ତାହା ଭାରତୀୟ ରାଜନୀତିରେ ବିରଳ। ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ଅତି-ଉଚ୍ଚାକାଂକ୍ଷା ଓ ଦଳ ଉପରେ ଏକଚାଟିଆ ଆଧିପତ୍ୟ ଯୋଗୁଁ, ଦଳର ପୁରୁଣା ଓ ପ୍ରତିଷ୍ଠାତା ନେତାମାନେ ଅସନ୍ତୁଷ୍ଟ ହେବାକୁ ଲାଗିଲେ।
ନିର୍ବାଚନ ଜିତିବା ପରେ ମଧ୍ୟ, ଦଳର ବିଧାୟକ ଓ ସାଂସଦମାନଙ୍କର ଗୋଟିଏ ବଡ଼ ଗୋଷ୍ଠୀ ମମତାଙ୍କ ନେତୃତ୍ୱ ପ୍ରତି ପ୍ରଶ୍ନ ଉଠାଇବା ଆରମ୍ଭ କଲେଣି। ଅନେକ ବରିଷ୍ଠ ନେତା, କୋର୍ପୋରେଟର ଓ ପଞ୍ଚାୟତ ପ୍ରତିନିଧି ଦଳ ଛାଡ଼ୁଛନ୍ତି। ନିର୍ବାଚନ କମିଶନ୍ରେ ମଧ୍ୟ ଦଳୀୟ ଅଧିକାରକୁ ନେଇ କାଗଜପତ୍ରର ଆଇନଗତ ଲଢ଼େଇ ଆରମ୍ଭ ହୋଇଯାଇଛି।
ଶିବସେନା ଓ NCP ପରି, TMC ମଧ୍ୟ ଆଜି ନିଜର ଆଭ୍ୟନ୍ତରୀଣ ସଙ୍କଟ ଓ ପରିବାରବାଦର ଅତି-ଉଚ୍ଚାକାଂକ୍ଷା ଯୋଗୁଁ ଭାଙ୍ଗିବା ମୁହାଁରେ।
ବିଜେପିର ‘କ୍ରୋନୋଲୋଜି’ ଓ ଆଞ୍ଚଳିକ ଦଳଗୁଡ଼ିକ ପାଇଁ ଶିକ୍ଷା
ଏହି ତିନିଟି କାହାଣୀକୁ ଦେଖିଲା ପରେ ପ୍ରଶ୍ନ ଉଠେ— ଏହି ସବୁ ଦଳ ଭାଙ୍ଗିବା ପାଇଁ କେବଳ ବିଜେପି, ED, CBI କିମ୍ବା ଆୟକର ବିଭାଗ ଦାୟୀ?
ସାଧାରଣ ଆରୋପ ଲଗାଇବା ସହଜ। କିନ୍ତୁ ପ୍ରକୃତ ସତ୍ୟ ହେଉଛି— ଯେଉଁ ନେତାମାନେ ୨୦-୨୫ ବର୍ଷ ଧରି ଏହି ଦଳଗୁଡ଼ିକରେ ଥିଲେ, ସେମାନେ କେବଳ କେନ୍ଦ୍ରୀୟ ଏଜେନ୍ସିର ଭୟରେ ଦଳ ଛାଡ଼ୁନାହାନ୍ତି। ସେମାନେ ନିଜ ନିଜ ଦଳର ‘ପରିବାରବାଦ’ ଏବଂ ନିଜ ନେତାଙ୍କ ‘ଅତି-ଉଚ୍ଚାକାଂକ୍ଷା’ ଯୋଗୁଁ ନିଜର ରାଜନୈତିକ ଭବିଷ୍ୟତ ଅନ୍ଧକାରମୟ ଦେଖି ଦଳ ଛାଡ଼ୁଛନ୍ତି।
ମୋଦୀ ଓ ଅମିତ ଶାହଙ୍କ ବିଜେପିର କାର୍ଯ୍ୟଶୈଳୀ ବୁଝିବାକୁ ହେବ:
୧- ସେମାନେ ସଦ୍ୟ ବିରୋଧରେ ତୁରନ୍ତ ଆକ୍ରମଣ କରନ୍ତି ନାହିଁ।
୨- ସେମାନେ ଶତ୍ରୁର କ୍ରୋଧ ଶାନ୍ତ ହେବା ଯାଏଁ ଅପେକ୍ଷା କରନ୍ତି।
୩- ଶତ୍ରୁ ଦଳର ଅସନ୍ତୁଷ୍ଟ ନେତାଙ୍କୁ ଚିହ୍ନଟ କରନ୍ତି ଏବଂ ସଠିକ୍ ସମୟ (Timing) ରେ ନିଜର ଗୋଟି ଚଳାନ୍ତି।
୧୯୫୧ରେ ପ୍ରତିଷ୍ଠିତ ଜନସଂଘରୁ ଆଜିର ବିଜେପି ପର୍ଯ୍ୟନ୍ତ— ଏହି ଦଳ କେବେ ଭାଙ୍ଗିନାହିଁ, କାରଣ ଏହା ବ୍ୟକ୍ତି ବା ପରିବାର କେନ୍ଦ୍ରିକ ନୁହେଁ, ଏହା ସଂଗଠନ କେନ୍ଦ୍ରିକ। ଆଞ୍ଚଳିକ ଦଳଗୁଡ଼ିକ ଯଦି ନିଜର ବ୍ୟକ୍ତିଗତ ଓ ପରିବାରଗତ ସ୍ୱାର୍ଥରୁ ଉପରକୁ ଉଠି ନିଜ କାର୍ଯ୍ୟକର୍ତ୍ତାଙ୍କୁ ସମ୍ମାନ ନଦିଅନ୍ତି, ତେବେ ଉଦ୍ଧବ, ଶରଦ ଓ ମମତାଙ୍କ ପରି ଅନ୍ୟ ଆଞ୍ଚଳିକ ଦଳଗୁଡ଼ିକର ସ୍ଥିତି ମଧ୍ୟ କାଲି ଅତୀତର ପୃଷ୍ଠାରେ ହଜିଯିବ।
AlsoRead; https://purvapaksa.com/pakistans-biggest-secret-conspiracy-against-india/


