ଓଡ଼ିଶା ରାଜନୀତିରେ ପୁଣି ଥରେ ହଲଚଲ ଦେଖାଦେଇଛି। ଯେତେବେଳେ ସମସ୍ତେ ଭାବୁଥିଲେ ବିଜେପି ନିଜର ଚତୁର୍ଥ ପ୍ରାର୍ଥୀ କାହାକୁ କରିବ, ଠିକ୍ ସେତିକିବେଳେ ଏଣ୍ଟ୍ରି ହୋଇଛି ଜଣେ ‘ଜ୍ୟାକ୍ପଟ୍’ ନେତାଙ୍କର। ସେ ହେଉଛନ୍ତି ରାଉରକେଲାର ପୂର୍ବତନ ବିଧାୟକ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ।
ଦିଲ୍ଲୀପ ରାୟ ସ୍ୱାଧୀନ ପ୍ରାର୍ଥୀ ଭାବେ ରାଜ୍ୟସଭା ପାଇଁ ନାମାଙ୍କନ ଭରିଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ବିଜେପି ତାଙ୍କୁ ସମ୍ପୂର୍ଣ୍ଣ ସମର୍ଥନ ଘୋଷଣା କରିଛି। ଏବେ ପ୍ରଶ୍ନ ଉଠୁଛି, ଯାହାଙ୍କ ପାଖରେ ମାତ୍ର ୨୨ଟି ବଳକା ଭୋଟ୍ ଅଛି, ସେ କେମିତି ଜିତିବେ? କଣ ଏହା ୨୦୦୨ ମସିହାର ସେହି ଇତିହାସକୁ ଦୋହରାଇବାକୁ ଯାଉଛି?
ଦିଲ୍ଲୀପ ରାୟଙ୍କ ଏହି ଲଢ଼େଇ ପଛରେ ଏକ ବଡ଼ ‘ରାଜନୈତିକ ଗଣିତ’ ରହିଛି। ବିଜେପି ପାଖରେ ନିଜର ଦୁଇଜଣ ପ୍ରାର୍ଥୀ – ମନମୋହନ ସାମଲ ଏବଂ ସୁଜିତ କୁମାରଙ୍କୁ ଜିତାଇବା ପରେ ପ୍ରାୟ ୨୨ଟି ବଳକା ଭୋଟ୍ ରହିବ। କିନ୍ତୁ ଜିତିବା ପାଇଁ ଦରକାର ୩୦ଟି ଭୋଟ୍। ତେବେ ବାକି ୮ଟି ଭୋଟ୍ ଆସିବ କେଉଁଠୁ?

ଏଇଠି ହିଁ ଆରମ୍ଭ ହେଉଛି ଅସଲ ଖେଳ।
୧. କ୍ରସ ଭୋଟିଂର ଆଶଙ୍କାରହିଛି କାରଣ ବିଜେଡି ଏବଂ କଂଗ୍ରେସ ଶିବିରରେ ଦିଲ୍ଲୀପ ରାୟଙ୍କର ଅନେକ ପୁରୁଣା ବନ୍ଧୁ ଅଛନ୍ତି। ଯେଉଁମାନେ କି ସମର୍ଥନ କରିବାର ବହୁତ ସମ୍ଭାବନା ରହିଛି।
୨. ବିଜେଡି ଓ କଂଗ୍ରେସରେ ଅନେକ ଅସନ୍ତୁଷ୍ଟ ବିଧାୟକ ଅଛନ୍ତି। କୁହାଯାଉଛି ଯେ ବିଜେଡି ଓ କଂଗ୍ରେସର କିଛି ବିଧାୟକ ଦଳୀୟ ନିଷ୍ପତ୍ତିରେ ଖୁସି ନାହାନ୍ତି, ଯାହାର ଫାଇଦା ଦିଲ୍ଲୀପ ନେଇପାରନ୍ତି।
୩. ୨୦୦୨ର ଇତିହାସକୁ ମନେପକାନ୍ତୁ, ଯେତେବେଳେ ନବୀନ ପଟ୍ଟନାୟକଙ୍କୁ ଚ୍ୟାଲେଞ୍ଜ ଦେଇ ସ୍ୱାଧୀନ ଭାବେ ଲଢ଼ି ଦିଲ୍ଲୀପ ରାୟ ରାଜ୍ୟସଭାକୁ ଯାଇଥିଲେ। ସେତେବେଳେ ମଧ୍ୟ ବିଜେଡିରୁ କ୍ରସ ଭୋଟିଂ ହୋଇଥିଲା।
ଏହି ପୂରା ଘଟଣାକ୍ରମ ବିଜେଡି ଏବଂ କଂଗ୍ରେସ ଶିବିରରେ ଛନକା ପୁରାଇ ଦେଇଛି। ବିଜେପି ସଭାପତି ମନମୋହନ ସାମଲ ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସ୍ପଷ୍ଟ କରିଛନ୍ତି ଯେ ଦିଲ୍ଲୀପ ରାୟଙ୍କୁ ଜିତାଇବା ପାଇଁ ଦଳ ସବୁ ପ୍ରକାର ରଣନୀତି ପ୍ରସ୍ତୁତ କରିଛି।

ରାରଜ୍ୟସଭା ନିର୍ବାଚନକୁ ପିଏମଓ ସିଧାସଳଖ ଓଡ଼ିଶା ଉପରେ ନଜର ରଖିଛି। ତୃତୀୟ ପ୍ରାର୍ଥୀ ଦିଲ୍ଲୀପ ରାୟ କିପରି ଜିତିବେ ସେଥିପାଇଁ ଓଡ଼ିଶା ନୁହେଁ ପିଏମଓରୁ ରଣନୀତି ପ୍ରସ୍ତୁତ ହେଉଥିବା ଆଲୋଚନା ହେଉଛି। ଯାହାଫଳରେ ଦିଲ୍ଲୀପ ରାୟଙ୍କ ବିଜୟ ନେଇ ଦଳ ଆଶ୍ୱସ୍ତ ଅନୁଭବ କରୁଛି।
ତେବେ କ’ଣ ଦିଲ୍ଲୀପ ରାୟ ପୁଣି ଥରେ ‘କିଙ୍ଗ ମେକର’ ସାଜିବେ? ନା ବିଜେଡି ନିଜ ଗଡ଼ ରକ୍ଷା କରିବାରେ ସଫଳ ହେବ? ଏହା ଉପରେ ରହିଛି ସାରା ଓଡ଼ିଶାର ନଜର।
AlsoRead; https://purvapaksa.com/farmers-paddy-stolen/


