ଭାରତୀୟ ବଜାରରେ ସୁନା ଦର ପୁଣିଥରେ ଉଚ୍ଚ ସ୍ତରକୁ ପହଞ୍ଚିଛି। ବିବାହ ଋତୁ ଓ ପର୍ବପର୍ବାଣୀ ପୂର୍ବରୁ ଗହଣା କିଣିବାକୁ ଯୋଜନା କରୁଥିବା ଗ୍ରାହକମାନେ ଆଜିର ଦର ନିଶ୍ଚୟ ଜାଣିନେବା ଆବଶ୍ୟକ। ବଜାରରେ ଚାହିଦା ବୃଦ୍ଧି ଓ ଆନ୍ତର୍ଜାତୀୟ ଦରର ପ୍ରଭାବରେ ସୁନା ମୂଲ୍ୟରେ ଏହି ବୃଦ୍ଧି ଦେଖାଯାଇଛି।
ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୧,୫୮,୫୧୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧,୪୫,୩୦୦ ଟଙ୍କାକୁ ପହଞ୍ଚିଛି। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ୨୪ କ୍ୟାରେଟ୍ ସୁନା ୧,୫୮,୫୧୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନା ୧,୪୫,୩୦୦ ଟଙ୍କା ରହିଛି।

ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧,୫୮,୫୧୦ ଟଙ୍କା ଓ ୨୨ କ୍ୟାରେଟ୍ ସୁନା ୧,୪୫,୩୦୦ ଟଙ୍କା ରହିଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନା ଦର ୧,୫୮,୬୬୦ ଟଙ୍କା ଓ ୨୨ କ୍ୟାରେଟ୍ ସୁନା ୧,୪୫,୪୫୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ୍ ସୁନା ୧,୫୯,୨୮୦ ଟଙ୍କା ଓ ୨୨ କ୍ୟାରେଟ୍ ସୁନା ୧,୪୬,୦୦୦ ଟଙ୍କା ରହିଛି। ପୂର୍ବ ଭାରତର କୋଲକାତାରେ ୨୪ କ୍ୟାରେଟ୍ ସୁନା ୧,୫୮,୫୧୦ ଟଙ୍କା ଓ ୨୨ କ୍ୟାରେଟ୍ ସୁନା ୧,୪୫,୩୦୦ ଟଙ୍କା ରହିଛି।
ଅନ୍ୟପଟେ ରୁପା ଦର ମଧ୍ୟ ଉଚ୍ଚ ସ୍ତରରେ ରହିଛି। ଆଜି ରୁପା ମୂଲ୍ୟ କିଲୋ ପିଛା ୨,୯୦,୦୦୦ ଟଙ୍କାକୁ ପହଞ୍ଚିଛି। ଗହଣା ବଜାରରେ ରୁପା ଚାହିଦା ବୃଦ୍ଧି ପାଇଁ ଏହି ମୂଲ୍ୟବୃଦ୍ଧି ଦେଖାଯାଇଛି ବୋଲି ବ୍ୟବସାୟୀମାନେ କହିଛନ୍ତି।
ସୁନା କିଣିବା ପୂର୍ବରୁ ଜାଣନ୍ତୁ ଶୁଦ୍ଧତା
ସୁନା କିଣିବା ସମୟରେ ମୂଲ୍ୟ ସହ ଶୁଦ୍ଧତା ଯାଞ୍ଚ କରିବା ଅତ୍ୟନ୍ତ ଆବଶ୍ୟକ। ୨୪ କ୍ୟାରେଟ୍ ସୁନାକୁ ସବୁଠାରୁ ଶୁଦ୍ଧ ମନାଯାଏ, ଯେଉଁଥିରେ ୯୯.୯% ସୁନା ଥାଏ । ୨୨ କ୍ୟାରେଟ୍ ସୁନାରେ ପ୍ରାୟ ୯୧.୬% ସୁନା ରହେ ଏବଂ ଗହଣା ତିଆରି ପାଇଁ ଏହା ବ୍ୟବହୃତ ହୁଏ।

ଗ୍ରାହକମାନେ ‘BIS Care App’ ମାଧ୍ୟମରେ ସୁନାର ହଲମାର୍କ ଓ ଲାଇସେନ୍ସ ସଂଖ୍ୟା ଯାଞ୍ଚ କରିପାରିବେ। ଗହଣାରେ ଦିଆଯାଇଥିବା ହଲମାର୍କ ଚିହ୍ନ ଓ ପଞ୍ଜୀକରଣ ସଂଖ୍ୟାକୁ ଏହି ଆପ୍ରେ ଭରି ତଥ୍ୟ ସତ୍ୟାପନ କରିହେବ। ଯଦି କୌଣସି ଅସଙ୍ଗତି ମିଳେ, ତେବେ ସରକାରୀ ଭାବେ ଅଭିଯୋଗ ମଧ୍ୟ କରିପାରିବେ। ଅଭିଯୋଗ ପରେ କିପରି ପଦକ୍ଷେପ ନିଆଯାଇଛି ତାହାର ସୂଚନା ମଧ୍ୟ ଆପ୍ ମାଧ୍ୟମରେ ମିଳିଥାଏ।
ବଜାର ଧାରା କଣ କୁହୁଛି?
ବିଶ୍ୱ ବଜାରରେ ସୁନା ଦର ଉଚ୍ଚ ରହିବା ସହିତ ଡଲାର ମୂଲ୍ୟ ଓ ଭୂ-ରାଜନୈତିକ ପରିସ୍ଥିତିର ପ୍ରଭାବରେ ଦେଶୀୟ ବଜାରରେ ମଧ୍ୟ ମୂଲ୍ୟ ବୃଦ୍ଧି ଦେଖାଯାଉଛି। ଆଗାମୀ ଦିନରେ ଦରରେ ଆଉ ଓଘ-ଉତ୍ତାଳ ହୋଇପାରେ ବୋଲି ବଜାର ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ତେଣୁ ଯଦି ଆପଣ ଗହଣା କିଣିବାକୁ ଯୋଜନା କରୁଛନ୍ତି, ତେବେ ଦର ସହ ଶୁଦ୍ଧତା ଓ ବିଶ୍ୱସନୀୟତା ଯାଞ୍ଚ କରି ନିଷ୍ପତ୍ତି ନିଅନ୍ତୁ।
also read https://purvapaksa.com/bharat-bandh-tomorrow/
ଆସନ୍ତାକାଲି ‘ଭାରତ ବନ୍ଦ’, କେତେଟା ରୁ କେତେଟା ସମୟ ଦେଖିକି ବାହାରନ୍ତୁ ? ।। ‘Bharat Bandh’ tomorrow


