ଯଦି ଆପଣ ଆଜି ସୁନା ଗହଣା କିଣିବାକୁ ଯୋଜନା କରୁଛନ୍ତି, ତେବେ କିଣିବା ପୂର୍ବରୁ ଆଜିର ସୁନା ଦର ବିଷୟରେ ଜାଣିନେବା ଅତ୍ୟନ୍ତ ଆବଶ୍ୟକ । ଦେଶୀୟ ଓ ଆନ୍ତର୍ଜାତିକ ବଜାରରେ ହେଉଥିବା ଚଢ଼ାଉର ପ୍ରଭାବ ସିଧାସଳଖ ଭାବେ ସୁନା ଓ ରୁପା ଦର ଉପରେ ପଡ଼ୁଛି । ବିବାହ ଋତୁ, ପର୍ବପର୍ବାଣୀ ଓ ନିବେଶ ଦୃଷ୍ଟିକୋଣରୁ ସୁନା ପ୍ରତି ଚାହିଦା ବଢ଼ିଥିବା ବେଳେ ଦର ମଧ୍ୟ ଉଚ୍ଚ ସ୍ତରରେ ରହିଛି।

ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନାର ଦର ୧୦ ଗ୍ରାମ ପିଛା ୧,୫୨,୩୫୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୩୯,୬୫୦ ଟଙ୍କାକୁ ପହଞ୍ଚିଛି । ଦେଶର ବିଭିନ୍ନ ସହରରେ ସୁନା ଦରରେ ସାମାନ୍ୟ ତଫାତ ଦେଖାଯାଉଥିବା ବେଳେ କେତେକ ସହରରେ ଦର ସ୍ଥିର ରହିଛି ।
ରାଜଧାନୀ ଭୁବନେଶ୍ୱରରେ ଆଜି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧,୫୨,୩୫୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ ସୁନାର ଦର ୧,୩୯,୬୫୦ ଟଙ୍କା ରହିଛି। ବ୍ୟବସାୟୀମାନଙ୍କ କହିବା ଅନୁସାରେ, ଗହଣା ଚାହିଦା ବଢ଼ିଥିବାରୁ ଆଗାମୀ ଦିନରେ ଦର ଆହୁରି ବୃଦ୍ଧି ପାଇପାରେ।
ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ମଧ୍ୟ ସୁନା ଦର ପ୍ରାୟ ସମାନ ରହିଛି। ଏଠାରେ ୨୪ କ୍ୟାରେଟ ସୁନା ୧,୫୨,୩୫୦ ଟଙ୍କା ଓ ୨୨ କ୍ୟାରେଟ ସୁନା ୧,୩୯,୬୫୦ ଟଙ୍କାରେ ବିକ୍ରି ହେଉଛି। ଦିଲ୍ଲୀ ବଜାରରେ ଦର ସାମାନ୍ୟ ବଢ଼ିଥିବା ବେଳେ, ୨୪ କ୍ୟାରେଟ ସୁନା ୧,୫୨,୫୦୦ ଟଙ୍କା ଓ ୨୨ କ୍ୟାରେଟ ସୁନା ୧,୩୯,୮୦୦ ଟଙ୍କାରେ ମିଳୁଛି।
![]()
ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ସୁନା ଦର ଅନ୍ୟ ସହର ତୁଳନାରେ ଅଧିକ ରହିଛି। ଏଠାରେ ୨୪ କ୍ୟାରେଟ ସୁନାର ଦର ୧,୫୪,୦୪୦ ଟଙ୍କା ଓ ୨୨ କ୍ୟାରେଟ ସୁନାର ଦର ୧,୪୧,୨୦୦ ଟଙ୍କା ରହିଛି। ପୂର୍ବ ଭାରତର ବଡ଼ ସହର କୋଲକାତାରେ ୨୪ କ୍ୟାରେଟ ସୁନା ୧,୫୨,୩୫୦ ଟଙ୍କା ଓ ୨୨ କ୍ୟାରେଟ ସୁନା ୧,୩୯,୬୫୦ ଟଙ୍କା ରହିଛି।
ଅନ୍ୟପଟେ, ଆଜି ରୁପା ଦରରେ ମଧ୍ୟ ବୃଦ୍ଧି ଦେଖାଯାଇଛି। ରୁପା ମୂଲ୍ୟ କିଲୋଗ୍ରାମ ପିଛା ୨,୭୫,୦୦୦ ଟଙ୍କାରେ ପହଞ୍ଚିଛି। ନିବେଶକ ଓ ବ୍ୟବସାୟୀମାନଙ୍କ ମଧ୍ୟରେ ରୁପା ପ୍ରତି ଚାହିଦା ବଢ଼ୁଥିବାରୁ ଦର ଉପରେ ପ୍ରଭାବ ପଡ଼ୁଛି।
କେମିତି ଜାଣିବେ ସୁନାର ଶୁଦ୍ଧତା?
ସୁନା କିଣିବା ସମୟରେ ଶୁଦ୍ଧତା ଯାଞ୍ଚ କରିବା ଅତ୍ୟନ୍ତ ଆବଶ୍ୟକ। ଗ୍ରାହକମାନେ ‘BIS Care App’ ମାଧ୍ୟମରେ ସୁନାର ହଲମାର୍କ, ଲାଇସେନ୍ସ ନମ୍ବର ଓ ପଞ୍ଜୀକରଣ ସଂଖ୍ୟା ଯାଞ୍ଚ କରିପାରିବେ। ଯଦି କୌଣସି ତ୍ରୁଟି ବା ଠକେଇ ଦେଖାଯାଏ, ତେବେ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିବାର ବ୍ୟବସ୍ଥା ମଧ୍ୟ ରହିଛି। ଏହା ଦ୍ୱାରା ଗ୍ରାହକ ନିଜ ଅଧିକାର ସୁରକ୍ଷିତ ରଖିପାରିବେ।
also read https://purvapaksa.com/childdentalcare/
Child Dental Care ।। କେଉଁ ବୟସରେ ପିଲାମାନେ ଦାନ୍ତ ଘଷିବା ଉଚିତ୍, ଜାଣନ୍ତୁ ?


