ସୁନା ରେଟ୍ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତ କିଛି ଦିନ ମଧ୍ୟରେ ସୁନା ଓ ରୂପାର ଦର ଆକାଶଛୁଆଁ ହୋଇଯାଇଥିବାରୁ ସାଧାରଣ ଗ୍ରାହକଙ୍କୁ ବଡ଼ ଝଟକା ଲାଗିଛି । ବିଶେଷକରି ବିବାହ ଓ ପର୍ବ–ପର୍ବାଣୀ ଋତୁକୁ ନଜରରେ ରଖି ସୁନା ଅଳଙ୍କାର କିଣିବା ପ୍ରସ୍ତୁତିରେ ଥିବା ଲୋକମାନେ ଏହି ଦରବୃଦ୍ଧିରେ ପଡ଼ିଛନ୍ତି। ଯଦି ଆପଣ ଆଜି ସୁନା କିଣିବାକୁ ଯୋଜନା କରୁଛନ୍ତି, ତେବେ ଦେଶର ବିଭିନ୍ନ ସହରର ଆଜିର ରେଟ୍ ଜାଣିବା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ।

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ଦାମ୍ ୧,୪୫,୪୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନାର ଦାମ୍ ୧,୫୮,୬୨୦ ଟଙ୍କାକୁ ପହଞ୍ଚିଛି। ଗତଦିନ ତୁଳନାରେ ୨୨ କ୍ୟାରେଟ୍ ସୁନାରେ ୧,୩୫୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନାରେ ୧,୪୭୦ ଟଙ୍କାର ବୃଦ୍ଧି ରେକର୍ଡ କରାଯାଇଛି।

ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ଦାମ୍ ୧,୪୫,୫୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ସୁନା ୧,୫୮,୭୭୦ ଟଙ୍କାରେ ବିକ୍ରି ହେଉଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନା ୧,୪୬,୨୦୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନା ୧,୫୯,୪୯୦ ଟଙ୍କା ରହିଛି। ଚେନ୍ନାଇରେ ୨୨ ଓ ୨୪ କ୍ୟାରେଟ୍ ସୁନାରେ କ୍ରମଶଃ ୭୦୦ ଓ ୭୬୦ ଟଙ୍କା ବୃଦ୍ଧି ଦେଖାଯାଇଛି।
ଆର୍ଥିକ ରାଜଧାନୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ଦାମ୍ ୧,୪୫,୪୦୦ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନା ୧,୫୮,୬୨୦ ଟଙ୍କା ରହିଛି। ସେହିପରି ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ମଧ୍ୟ ସମାନ ଦର ଦେଖାଯାଇଛି।

ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ୧,୪୫,୪୦୦ ଟଙ୍କା, ୨୪ କ୍ୟାରେଟ୍ ସୁନା ୧,୫୮,୬୨୦ ଟଙ୍କା ଓ ୧୮ କ୍ୟାରେଟ୍ ସୁନା ୧,୧୮,୯୭୦ ଟଙ୍କାରେ ବିକ୍ରି ହେଉଛି। ୨୨, ୨୪ ଓ ୧୮ କ୍ୟାରେଟ୍ ସୁନାରେ କ୍ରମଶଃ ୧,୩୫୦, ୧,୪୭୦ ଓ ୧,୧୧୦ ଟଙ୍କା ବୃଦ୍ଧି ରେକର୍ଡ କରାଯାଇଛି। କଟକ, ବ୍ରହ୍ମପୁର ଓ ସମ୍ବଲପୁରରେ ମଧ୍ୟ ସୁନା ଦର ପ୍ରାୟ ସମାନ ରହିଛି। ସେହିପରି ରୂପା ଦରରେ ମଧ୍ୟ ବୃଦ୍ଧି ଦେଖାଯାଇଛି। ଆଜି ରୂପା କେଜି ପିଛା ୧୦୦ ଟଙ୍କା ବୃଦ୍ଧି ପାଇ ୩,୬୦,୧୦୦ ଟଙ୍କାରେ ପହଞ୍ଚିଛି ।

ବିଶେଷଜ୍ଞମାନଙ୍କ ମତାନୁସାରେ ସୁନା ଦର ବଢ଼ିବାର ପଛରେ ତିନିଟି ପ୍ରମୁଖ କାରଣ ରହିଛି । ପ୍ରଥମତଃ ରୁଷ–ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ବିଶ୍ୱ ବଜାରରେ ଅନିଶ୍ଚିତତା ବଢ଼ିଛି, ଯାହାରୁ ଲୋକେ ସୁରକ୍ଷିତ ନିବେଶ ଭାବେ ସୁନା କ୍ରୟ କରୁଛନ୍ତି। ଦ୍ୱିତୀୟତଃ ଆମେରିକାର ସୁଧହାର କମିବାରୁ ଡଲାର ଦୁର୍ବଳ ହୋଇଛି, ଯାହା ସୁନା କ୍ରୟକୁ ଆହୁରି ଆକର୍ଷଣୀୟ କରିଛି। ତୃତୀୟତଃ ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କ୍ଗୁଡ଼ିକ ଏବେ ବହୁ ପରିମାଣରେ ସୁନା କିଣୁଥିବାରୁ ଚାହିଦା ବଢ଼ି ଦର ଉପରକୁ ଯାଉଛି।
(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ବିଜନେସ୍ ଓ୍ୱେବସାଇଟ୍ goodreturns ଉପରେ ଆଧାରିତ )
also read https://purvapaksa.com/china-to-fly-1000-j-20-fighter-jets-by-2030/
China to fly 1,000 J-20 fighter jets by 2030 || ୨୦୩୦ ସୁଦ୍ଧା ୧୦୦୦ ଜେ-୨୦ ଲଢ଼ୁଆ ବିମାନ ଉଡ଼ାଇବ ଚୀନ୍


