ପାରାଦୀପ ବନ୍ଦର ପ୍ରାଧିକରଣ ଓ ବିଶାଖାପାଟଣା ବନ୍ଦର ପ୍ରାଧିକରଣ ଏବଂ ସାଗରମାଳା ଅର୍ଥ ନିଗମ ମିଶି ପ୍ରାୟ ବାଇଶି ହଜାର କୋଟି ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ ଓ ବୃହତ୍ ବନ୍ଦର ନିର୍ମାଣ କରିବେ। ଆସନ୍ତା କାଲି ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଭାବନଗର ଠାରେ ଏକ ଚୁକ୍ତିନାମା ସ୍ବାକ୍ଷରିତ ହେବ। ଗଞ୍ଜାମର ବାହୁଦା ଠାରେ ଏହି ବନ୍ଦର ସ୍ଥାପିତ ହେବ।ଏହାର ମାଲ ବୋଝେଇ କ୍ଷମତା ବାର୍ଷିକ ପନ୍ଦର କୋଟି ଟନ।ଏହା ହେବ ଭାରତର ୧୪ତମ ବୃହତ୍ ବନ୍ଦର।ଏହାର ମାଲିକାନା କେନ୍ଦ୍ର ସରକାରଙ୍କ ନିକଟରେ ରହିବ।

ପାରାଦୀପ ବନ୍ଦରକୁ ଷାଠିଏ ବର୍ଷ ପୂରଣ ହୋଇଥିବା ବେଳେ ଆଉ ଏକ ବଡ଼ ବନ୍ଦର ନିଶ୍ଚିତ ଭାବରେ ଖୁସିର ବିଷୟ।ପାରାଦୀପ ବ୍ୟତୀତ ଧାମରା ଓ ଗୋପାଳପୁରରେ ଆଦାନୀ ଅଧୀନରେ ଦୁଇଟି ବନ୍ଦର କାର୍ଯ୍ୟକ୍ଷମ ଅଛି।
ସୁବର୍ଣ୍ଣରେଖା ମୁହାଣ କୀର୍ତ୍ତନିଆ ଠାରେ ଟାଟା ଦ୍ଵାରା ଆଉ ଏକ ବନ୍ଦର କାମ ଚାଲିଛି। ସେହିଭଳି ଅସ୍ତରଙ୍ଗଠାରେ ନବଯୁଗ ଇଞ୍ଜିନିୟରିଂ ପକ୍ଷରୁ ଅନ୍ୟ ଏକ ବନ୍ଦର ନିର୍ମାଣ କରାଯାଉଛି।
ଓଡ଼ିଶାର ଅତୀତ ନୌବାଣିଜ୍ୟ ପରମ୍ପରାର ଦ୍ୱାହି ଦେଇ ବିଜୁ ପଟ୍ଟନାୟକ ପାରାଦୀପ ବନ୍ଦର ପ୍ରତିଷ୍ଠା ପାଇଁ ସାହସ ପ୍ରଦର୍ଶନ କରିନଥାନ୍ତେ ତ ଓଡ଼ିଶାରେ ଆଜି ଏତେ ସଂଖ୍ୟକ ବନ୍ଦର ହୋଇ ପାରିନଥାନ୍ତା।ଭାରତରେ ଓଡ଼ିଶା ହେଉଛି ଏକ ମାତ୍ର ରାଜ୍ୟ ଯେଉଁଠି ଛଅଟି ବନ୍ଦର ଗଢି ଉଠିନଥାନ୍ତା।
ALSO READ https://purvapaksa.com/why-doesnt-the-british-royal-family-eat-garlic/
Why doesn’t the British royal family eat garlic? ।। କାହିଁକି ରସୁଣ ଖାଆନ୍ତି ନାହିଁ ବ୍ରିଟେନ୍ ରାଜ ପରିବାର ?


