ଭାରତରେ ନକଲି ଓ ଅପମିଶ୍ରିତ ଦୁଗ୍ଧ ବ୍ୟବସାୟ ଖୁବ୍ ଜୋର ସୋରରେ ଚାଲିଛି । ଦେଶରେ ବ୍ରିକି ହେଉଥିବା ପାଖାପାଖି ୮୦% କ୍ଷୀର ଅପମିଶ୍ରିତ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍ଓ) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି। ରିପୋର୍ଟ ଅନୁସାରେ ଭାରତରେ ଦୈନିକ ୬୪ କୋଟି ଲିଟର ଦୁଗ୍ଧ ବିକ୍ରି ହେଉଛି। ତେବେ ଏଥିରୁ ୫୦ କୋଟି ଲିଟର କ୍ଷୀର ଅପମିଶ୍ରିତ ଓ ନକଲି ବୋଲି ରିପୋର୍ଟରେ କୁହାଯାଇଛି।

ନକଲି ଓ ଅପମିଶ୍ରିତ ଦୁଗ୍ଧ ବ୍ୟବସାୟୀ ଭାରତରେ ମାନବ ସ୍ୱାସ୍ଥ୍ୟ ସହ ଖେଳୁଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଏହି ରିପୋର୍ଟ ଭାରତରେ ନକଲୀ ଓ ଅପମିଶ୍ରିତ ଦୁଗ୍ଧ ବ୍ୟବସାୟ ଉପରୁ ପର୍ଦ୍ଦା ହଟାଯାଇଛି। ଏପରି ଦୁଗ୍ଧ ସେବନ ମାନବ ସ୍ୱାସ୍ଥ୍ୟ ଲୋଗି କ୍ଷତି କାରକ ଓ ଏହାର ଉପଯୋଗ କ୍ୟାନସର ଭଳି ରୋଗର କାରଣ ହୋଇପାରେ ବୋଲି ସଙ୍ଗଠନ ସତର୍କ କରାଇଛି। ସୂଚନା ଅନୁସାରେ ପଞ୍ଜାବରେ ୨୫ଲକ୍ଷ ଗାଈ ଓ ୪୦ ଲକ୍ଷ ମଇଁଷି ଅଛନ୍ତି। ହେଲେ ଦୁଗ୍ଧ ଦେଉଥିବା ପଶୁଙ୍କ ସଂଖ୍ୟା ରାଜ୍ୟରେ ବହୁତ କମ୍। ପଞ୍ଜାବରେ ଦୈନିକ ୧୬ଲକ୍ଷ ଲିଟର ଦୁଗ୍ଧ ଉତ୍ପାଦନ ହେଉଛି। ରାଜ୍ୟରେ ଉତ୍ପାଦିତ ଦୁଗ୍ଧର ୬୦% ଲୋକେ ନିଜ ଘରୋଇ ଉପଯୋଗ କରୁଛନ୍ତି। ବଳକା ୪୦% ଦୁଗ୍ଧକୁ ଦହୀ, ଲହୁଣୀ, ପନିର, ପ୍ୟାକେଜଡ୍ ଦୁଗ୍ଦ ଓ ଗୁଣ୍ଡ ଦୁଗ୍ଧ ପାଇଁ ଉପଯୋଗ କରାଯାଉଛି।
)
ଭାରତୀୟ ଖାଦ୍ୟ ସୁରକ୍ଷା ଓ କ୍ୱାଲିଟି ଯାଞ୍ଚ ପ୍ରାଧିକରଣ ଦ୍ୱାରା କରାଯାଇଥିବା ଏକ ସର୍ଭେକ୍ଷଣରେ ରାଜ୍ୟର ୩୭% ଦୁଗ୍ଧ ନମୁନା ଶୁଦ୍ଧତା ଯାଞ୍ଚରେ ଫେଲ ହୋଇଛି। ଅଧିକ ଲାଭ ଆଶାରେ ଦେଶର ସହରାଞ୍ଚଳ ସମେତ ଗ୍ରାମାଞ୍ଚଳରେ ଦୁଗ୍ଧ ବିକ୍ରେତା ଆରାରୁଟ, ରଙ୍ଗ, ୱାସିଂପାଉଡର ଓ ଗ୍ଲୁକୋଜ ତଥା ମିଲ୍କ ପାଉଡରରୁ ଦୁଗ୍ଧ ପ୍ରସ୍ତୁତ କରି ଲୋକଙ୍କ ସ୍ୱାସ୍ଥ୍ୟ ସହ ଖେଳ ଖେଳୁଛନ୍ତି। ଦେଶରେ ନକଲି ଦୁଗ୍ଧ ବିକ୍ରି ଯୋଗୁ ଅସଲି ଦୁଗ୍ଧ ଚାଷୀଙ୍କୁ ସେମାନଙ୍କ କ୍ଷୀରର ଉଚିତ୍ ମୂଲ୍ୟ ମିଳୁନାହିଁ। ଏଣୁ ଗ୍ରାମାଞ୍ଚଳରେ ଲୋକେ ଏବେ ଲାଭ ହେଉ ନ ଥିବାରୁ ଗାଈଗୋରୁ ବିକ୍ରି କରିଦେଉଛନ୍ତି।
ଅନ୍ୟପକ୍ଷେ ଦେଶରେ ନକଲି ଦୁଗ୍ଧ ବ୍ୟବସାୟ ବଢିବା ଯୋଗୁ ଲୋକେ ଏପରି ଦୁଗ୍ଧ ଉପଯୋଗ କରି ନାନା ରୋଗରେ ପୀଡିତ ହେଉଥିବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସୂଚିତ କରିଛନ୍ତି। ଏବେ ଦେଶରେ ନକଲି କ୍ଷୀରର ପ୍ରସାର ଯୋଗୁ ଲୋକେ ଯେଉଁ ସବୁ ସ୍ୱାସ୍ଥ୍ୟ ସମସ୍ୟା ଭୋଗୁଛନ୍ତି ସେଥିରେ କ୍ୟାନସର, ଡାଏବେଟିଜ୍, ହାଇବ୍ଲଡ ପ୍ରେସର, ଡିପ୍ରେସନ, ଥାଇରଏଡ ଓ ପେଟ ବେମାରି ହେଉଛି। ଏଣୁ ଏପରି କ୍ଷୀରର ପ୍ରସାର ରୋକିବା ଲାଗି ସଂଗଠନ ଭାରତ ସରକାରଙ୍କୁ ସତର୍କ କରାଇଛି।
also read https://purvapaksa.com/17th-november-2025/
17th November 2025 : ମହାଦେବଙ୍କ କୃପାରୁ ଚମକିବ ଏହି ସବୁ ରାଶିର ଭାଗ୍ୟ


