ଆଦାନୀ, ଆମ୍ବାନୀ, ଟାଟା, ବିର୍ଲା, ଜିନ୍ଦଲ, ଏଲ୍ ଏଣ୍ଡ ଟି ଇତ୍ୟାଦି ବଡ଼ ବଡ଼ କଳକାରଖାନା ନିର୍ମାଣ କାର୍ଯ୍ୟ ଦ୍ୱାରା ପ୍ରଦୂଷିତ ହେଉଥିବା ବିଶାକ୍ତ ବାୟୁମଣ୍ଡଳର ଛୋଟ କଣିକା ଓ ପ୍ରଦୂଷିତ ଜଳ ଯାହାକି ଶ୍ୱାସକ୍ରିୟା, ହୃଦରୋଗ, ବ୍ରେନ୍ ଷ୍ଟ୍ରୋକ୍ ପରି ରୋଗକୁ ନିମନ୍ତ୍ରଣ କରୁଛି। ବାୟୁ ପ୍ରଦୂଷଣ ନାଁରେ ଲକ୍ଷ ଲକ୍ଷ ଟଙ୍କାର ଜୋରିମାନା ପରିବହନ ବିଭାଗ ମାଧ୍ୟମରେ ସାଧାରଣ ଲୋକଙ୍କ ଠାରୁ ଆଦୟ କରୁଛି ବିଜେପି ସରକାର। ଓଡ଼ିଶାରେ ବଡ଼ ବଡ଼ କମ୍ପାନୀମାନଙ୍କ ଦ୍ୱାରା ହଜାର ହଜାର ଏକର ଜଙ୍ଗଲକୁ ନଷ୍ଟ କରାଯାଉଛି। ଯାହାଫଳରେ ଅଙ୍ଗାରକାମ୍ଳ ମାତ୍ରା ବଢ଼ିଯାଉଛି ଓ ତାପମାତ୍ର ବଢ଼ିଚାଲିଛି ଏବଂ ଜୀବନ ଅସହାୟ ହୋଇଚାଲିଛି। ନଦୀ, ଝରଣା ଆଦିର ଶୁଦ୍ଧ ପାଣିକୁ ବଡ଼ ଶିଳ୍ପ, ଖଣି ମାଧ୍ୟମରେ ଦ୍ୱାରା ବିଶାକ୍ତ କାରାଯାଉଛି।
ସରକାରଙ୍କ ଅନୁମତିରେ ଏସବୁ କାମ ଚାଲିଛି। କଣ ଏଠି ସରକାରଙ୍କୁ ପ୍ରଦୂଷଣ ଦେଖାଯାଉନାହିଁ ? ନିକଟରେ ଆମେରିକାର ଲ୍ୟାନସେଟ୍ କମିସନ ରିପୋର୍ଟରେ ଦର୍ଶାଯାଇଛି ଯେ ଭାରତରେ ପ୍ରତିବର୍ଷ ବାୟୁ ପ୍ରଦୂଷଣରେ ୧୫ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି। ଏଠାରେ ପ୍ରଦୂଷଣର ବଡ଼ ଭାଗ ସରକାରଙ୍କ ଦ୍ୱାରା ଅନୁମତି ପ୍ରାପ୍ତ ବଡ଼ ବଡ଼ କମ୍ପାନୀ ହୋଇଥିବା ବେଳେ ଓଡ଼ିଶାରେ କିନ୍ତୁ ବିଜେପି ସରକାର ଝିଣ୍ଟିକା ମାରି ବଣି ପୋଷିବା ନୀତି ଆପଣାଇଛି । ସାଧାରଣ ଲୋକଙ୍କୁ ସରକାର ଶୋଷଣ କରି ବଡ଼ କମ୍ପାନୀମାନଙ୍କୁ ଠିକା ସଂସ୍ଥାକୁ ଅନୁମତି ପ୍ରଦାନ କରୁଛି । ଆଜି ଏହା ବିରୋଧରେ ନବନିର୍ମାଣ ଯୁବଛାତ୍ର ସଂଗଠନ ଖଣି ଓ ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କ ବାସଭବନ ଘେରାଉ କରିଛି।

ସଂଗଠନର ରାଜ୍ୟ ସଂଯୋଜକ ଏମ୍.ଡ଼ି ମନଓ୍ୱର ଅଲ୍ଲୀଙ୍କ ନେତୃତ୍ୱରେ ଶତାଧିକ ଯୁବଛାତ୍ର ଏକତ୍ରିତ ହୋଇଥିଲେ। ପ୍ରଦୂଷଣ ଓ ବିଭିନ୍ନ ପ୍ରକାର ଜୋରିମାନା ନାମରେ ଜନସାଧାରଣଙ୍କୁ ଶୋଷଣ କରିବା ବନ୍ଦ କର, ଜନସାଧାରଣଙ୍କ ନାମରେ ମନଇଚ୍ଛା କଟାଯାଇଥିବା ଚାଲାଣକୁ ରଦ୍ଦ କରାଯାଉ, ସରକାରଙ୍କ ଅନୁମତି ପ୍ରାପ୍ତ କମ୍ପାନୀ ମାନଙ୍କ ଦ୍ୱାରା ଜଳ ବାୟୁ ପ୍ରଦୂଷଣ କେବେ ବନ୍ଦ କରିବା ? ବିକାଶ ନାମରେ ଜଙ୍ଗଲ କାଟିବା ବନ୍ଦ କରାଯାଉ ଆଦି ସ୍ଲୋଗାନ ଦେଇଥିଲେ କର୍ମକର୍ତ୍ତାମାନେ। ଏନେଇ ନବନିର୍ମାଣ ରାଜ୍ୟ ସଂଯୋଜକ ଏମ୍.ଡ଼ି ମନଓ୍ୱର ଅଲ୍ଲୀ କହିଛନ୍ତି, ଆଜି ସାଧାରଣ ଲୋକଙ୍କୁ ଗାଡ଼ିର ପ୍ରଦୂଷଣ ଏବଂ ତତସହିତ ଜୋରିମାନା ନାମରେ ଶୋଷଣ କରୁଛି ବିଜେପି ସରକାର। ସେପଟେ କମ୍ପାନୀମାନଙ୍କୁ ଅନୁମତି ଦେଇ ପ୍ରଦୂଷଣକୁ ବିସ୍ତାର କରୁଛି।
ବିକାଶ ନାଁରେ ଜଙ୍ଗଲ କାଟିବା ଓ ବିଶୁଦ୍ଧ ପାଣି ପବନକୁ ବିଶାକ୍ତ କରୁଛି । କିନ୍ତୁ ସେ ପ୍ରଦୂଷଣ ସରକାରକୁ ଦେଖାଯାଉନାହିଁ। ଆଜି ଖଣି ଓ ଶିଳ୍ପ ସହିତ ସଂପୃକ୍ତ କମ୍ପାନୀମାନେ ପରିବେଶର ସମସ୍ତ ନୀତି ନିୟମକୁ ଫାଙ୍କି ଦେଇ ବାୟୁ, ଜଳ, ଜଙ୍ଗଲ ଓ ପରିବେଶକୁ ଯେଉଁ ପ୍ରକାରର ବିଷାକ୍ତ କରିଚାଲିଛନ୍ତି ତାଙ୍କ ଉପରେ କୌଣସି ଜୋରିମାନା ଓ ଜେଲର ଅଙ୍କୁଶ ନାହିଁ ଏପରି କି ସୁପ୍ରିମକୋର୍ଟ ଖଣି କମ୍ପାନୀମାନଙ୍କ ଉପରେ ପକାଇଥିବା ହଜାର ହଜାର କୋଟି ଜୋରିମାନାକୁ ସରକାର ଆଦାୟ କରିବାର ସତସାହାସ ନାହିଁ କିନ୍ତୁ ନାଲି ଆଖି ଦେଖାଇ ସାଧାରଣ ଲୋକଙ୍କୁ ଭୟଭିତ୍ତ କରି ୧୦,୦୦୦ ଟଙ୍କା ନେଇଯିବା ସହଜ ହୋଇଯାଇଛି।
ଏଥିପାଇଁ ନବନିର୍ମାଣ ଯୁବଛାତ୍ର ସଂଗଠନ ଦାବୀ କରୁଛି ସାଧାରଣ ବ୍ୟକ୍ତି ଠାରୁ ନିଆଯାଉଥିବା ଫାଇନକୁ ରଦ୍ଧ କରାଯାଉ, ତତ୍ ସହିତ ଓଡ଼ିଶାରେ ଗୋଟିଏ ପଟେ ମଦ ବିକ୍ରି ଆର ପଟେ ଫାଇନ୍ ଆଦାୟ କରିବା ଦୋଗଲା ନୀତି ବନ୍ଦ କରାଯାଉ। ଓଡ଼ିଶାକୁ ସଂପୂର୍ଣ୍ଣ ନିଶାମୁକ୍ତ କରାଯାଉ। ନଚେତ ଆଗାମୀ ଦିନରେ ସାରା ଓଡ଼ିଶାରେ ଲଢେଇ ହେବ।
also read https://purvapaksa.com/intense-tension-on-the-taliban-tajikistan-border/


