ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜାନୁୟାରୀ ମାସର ସ୍ୱାରସ୍ୱତ ଆସର ଲୋକସେବା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ୟୁ ଟ୍ୟୁବ ପତ୍ରିକା ‘ପାହାଚ’ର ପ୍ରଚାର ପ୍ରସାର ବ୍ୟାପକ କରିବା ସହିତ କିପରି ଅଧିକ ଲୋକପ୍ରିୟତା ହାସଲ କରିବ ସେଥିପାଇଁ ସମସ୍ତେ ଯତ୍ନବାନ ହେବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହି ଅବସରରେ ଅନୁଷ୍ଠିତ ସାହିତ୍ୟ ସଭାରେ ସଭାପତିତ୍ୱ କରିଥିଲେ ପୀୟୂଷ ରଞ୍ଜନ ପରିଡା ।
ସଂଯୋଜନା କରିଥିଲେ ରଶ୍ମିତା ମହାନ୍ତ । ବନ୍ଦିତା ଦାଶ,କାହ୍ନୁ ଚରଣ ଦାସ, ,ପୁଷ୍ପାଞ୍ଜଳି ବିଶୋୟୀ,ନିବେଦିତା ବେହେରା,ପୀୟୂଷ ରଞ୍ଜନ ପରିଡା,ସଞ୍ଜୟ ଆନନ୍ଦ କୁମାର ତ୍ରିପାଠୀ ,ରଶ୍ମିତା ମହାନ୍ତ ଓ ସୁଶାନ୍ତ ଧର ସ୍ୱରଚିତ କବିତା ପାଠ କରିଥିଲେ । ବିଜନବାଳା ପାଟଯୋଷି ସ୍ୱରଚିତ ଗଳ୍ପ ପାଠ କରିଥିଲେ । ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ନିବେଦିତା ବେହେରା ।
also read https://purvapaksa.com/pandian-is-our-own-naveen-is-someone-else/
Pandian is ‘our own’, Naveen is ‘someone else ।। ପାଣ୍ଡିଆନ ‘ନିଜର’, ନବୀନ ‘ପର’?


