ଦେଶରେ ପ୍ରତ୍ୟେକ ଦିନ ପେଟ୍ରୋଲ ଓ ଡିଜେଲର ନୂଆ ଦର ଜାରି କରାଯାଉଛି। ତୈଳ କମ୍ପାନୀମାନେ ପ୍ରତିଦିନ ସକାଳ ୬ଟାରେ ନୂଆ ଦର ପ୍ରକାଶ କରୁଥିବା ବେଳେ, ଆଜି ମଧ୍ୟ ଦେଶର ବିଭିନ୍ନ ସହରରେ ପେଟ୍ରୋଲ ଓ ଡିଜେଲ ଦରରେ କେଉଁଠି ସ୍ଥିରତା ତ କେଉଁଠି ସାନ୍ନା ପରିବର୍ତ୍ତନ ଦେଖାଯାଇଛି। ବିଶେଷକରି ଓଡ଼ିଶାରେ ଆଜି ତେଲ ଦରରେ ହ୍ରାସ ଦେଖାଦେଇଛି, ଯାହା ସାଧାରଣ ଲୋକଙ୍କ ପାଇଁ କିଛି ରିହାତି ଆଣିଛି।

ଦେଶର ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲର ଦର (ପ୍ରତି ଲିଟର) ₹୯୪.୭୭ ରହିଥିବା ବେଳେ ଡିଜେଲର ଦର ₹୮୭.୬୭ ରହିଛି। ଆଜି ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ପରିବର୍ତ୍ତନ ହୋଇନଥିବା ବେଳେ, ଦର ସ୍ଥିର ରହିଛି। ଏହିପରି ମୁମ୍ବାଇରେ ପେଟ୍ରୋଲ ଦର ଲିଟର ପିଛା ₹୧୦୩.୫୦ ଓ ଡିଜେଲ ଦର ₹୯୦.୦୩ ରହିଛି। ଦେଶର ବାଣିଜ୍ୟିକ ରାଜଧାନୀ ମୁମ୍ବାଇରେ ମଧ୍ୟ ଆଜି ତୈଳ ଦର ସ୍ଥିର ରହିଛି।
ଅନ୍ୟପଟେ, ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ପ୍ରତି ଲିଟର ₹୧୦୧.୧୧ ଓ ଡିଜେଲ ଦର ₹୯୨.୬୯ ରହିଛି। ଆଜି ଓଡ଼ିଶାରେ ପେଟ୍ରୋଲ ଓ ଡିଜେଲ ଦରରେ ଉଭୟରେ ୫ ପଇସା ହ୍ରାସ ହୋଇଥିବା ସୂଚନା ମିଳିଛି। ଯଦିଓ ଏହି ହ୍ରାସ ଖୁବ୍ ସାନ୍ନା, ତଥାପି ଲଗାତାର ବୃଦ୍ଧି ପରେ ଏହାକୁ ଏକ ଆଂଶିକ ରାହାତ୍ ଭାବେ ଦେଖାଯାଉଛି।

ତେବେ, ତୈଳ ଦର ବୃଦ୍ଧିକୁ ନେଇ ଦୀର୍ଘ ଦିନ ଧରି ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଉଛି। ପେଟ୍ରୋଲ ଓ ଡିଜେଲ ଦର କମାଇବାକୁ ବହୁବାର ଦାବି ହୋଇଥିଲେ ମଧ୍ୟ, ସରକାର ଏଥିପ୍ରତି ଆଶାନୁରୂପ ଧ୍ୟାନ ଦେଉନଥିବା ଅଭିଯୋଗ ହେଉଛି। ତୈଳ ଦର ବୃଦ୍ଧିର ପ୍ରଭାବ ସିଧାସଳଖ ଭାବେ ପରିବହନ, ଖାଦ୍ୟସାମଗ୍ରୀ ଓ ଦୈନନ୍ଦିନ ଜୀବନ ଉପରେ ପଡ଼ୁଥିବାରୁ ଲୋକେ ଚିନ୍ତିତ ରହିଛନ୍ତି।
ଏହା ମଧ୍ୟରେ ତୈଳ କମ୍ପାନୀମାନେ ଗ୍ରାହକଙ୍କ ସୁବିଧା ପାଇଁ ଘରେ ବସି ପେଟ୍ରୋଲ ଓ ଡିଜେଲ ଦର ଜାଣିବାର ସୁବିଧା ଯୋଗାଇ ଦେଇଛନ୍ତି। ଇଣ୍ଡିଆନ୍ ଅଏଲ୍ (IOCL) ଅନୁଯାୟୀ, ଆପଣ “RSP” ସହ ନିଜ ସହରର କୋଡ୍ ଲେଖି ୯୨୨୪୯୯୨୨୪୯ ନମ୍ବରକୁ SMS ପଠାଇ ନିଜ ସହରର ତେଲ ଦର ଜାଣିପାରିବେ। ସେହିପରି BPCL ଗ୍ରାହକମାନେ ୯୨୨୩୧୧୨୨୨୨ ନମ୍ବରକୁ SMS ପଠାଇ ତୈଳ ଦର ସମ୍ପର୍କିତ ସୂଚନା ପାଇପାରିବେ। ପ୍ରତ୍ୟେକ ସହରର କୋଡ୍ ତୈଳ କମ୍ପାନୀଙ୍କ ୱେବସାଇଟରେ ଉପଲବ୍ଧ ରହିଛି। ଏହିପରି ଭାବେ, ପ୍ରତିଦିନ ତୈଳ ଦର ଉପରେ ନଜର ରଖିବା ଆଜି ସାଧାରଣ ଲୋକଙ୍କ ପାଇଁ ଅତ୍ୟାବଶ୍ୟକ ହୋଇପଡ଼ିଛି।
also read https://purvapaksa.com/ajit-pawar-plane-crash-reason/
Ajit Pawar Plane Crash Reason ।। ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣା ୩ଟି ବଡ଼ କାରଣ !


