ଆପଣ ସପ୍ତମ ନୌବିହାରକୁ ଦକ୍ଷିଣ ଚୀନ୍ ସାଗରରେ ରଖିଲେ ବି କିଛି ବଦଳିବ ନାହିଁ। ଆମେରିକା ସାମ୍ରାଜ୍ୟର ଅନ୍ତ ଘଟିଛି। ଆମର କାମ ସରିଲା । ଆମେ ପ୍ରାୟ ୧୨ରୁ ୧୫ ବର୍ଷ ପୂର୍ବେ ଶୀର୍ଷରେ ଥିଲୁ, ଏବେ ଆମେ ନିମ୍ନରେ ଅଛୁ ବୋଲି ଆମେରିକା ଜଣେ ଅର୍ଥଶାସ୍ତ୍ରୀ କହିଛନ୍ତି । ଏବଂ ଏହା ଆମେରିକୀୟ ଲୋକଙ୍କ ପାଇଁ ବହୁତ କଷ୍ଟକର, ଯାହା ମୁଁ ବୁଝୁଛି । ମୁଁ ବି ଜଣେ ଆମେର୍କୀୟ । ଏହା ଆପଣଙ୍କ ମୁଣ୍ଡ ବୁଲାଇଦେବା ଭଳି ସ୍ଥିତି ।
ଆମେ ଖୁବ ଉପରକୁ ଉଠିଛୁ । ଗୋଟିଏ ଶତାବ୍ଦୀ ବିତାଇଛୁ, ଏବେ ଆମେ ତଳକୁ। ନିଶ୍ଚିତ କଷ୍ଟ ଲାଗିବ । କିନ୍ତୁ ଏହା ପ୍ରତ୍ୟେକ ସାମ୍ରାଜ୍ୟରେ ଘଟେ । ଏବେ ଆମେ ଏହି ରାସ୍ତାରେ । ବ୍ରିଟିଶମାନଙ୍କୁ ଦେଖନ୍ତୁ, ସେମାନେ କେତେ ତଳକୁ ଖସିଛନ୍ତି। ଆମେ ସେହି ପ୍ରକ୍ରିୟାରେ ଅଛୁ । ଅର୍ଥନୀତି ତଳ ମୁହାଁ ହେଲେ ଭଲ । ଅଧିକ ନିଯୁକ୍ତି ସୃଷ୍ଟି ହୋଇପାରେ, କିନ୍ତୁ ସେଗୁଡିକ ଚାଇନାରେ ସୃଷ୍ଟି ହେବାକୁ ଯାଉଛି । ସେଗୁଡ଼ିକ ବ୍ରାଜିଲରେ ସୃଷ୍ଟି ହେବାକୁ ଯାଉଛି । ସେଗୁଡ଼ିକ ଭାରତରେ ସୃଷ୍ଟି ହେବାକୁ ଯାଉଛି। ଏଗୁଡ଼ିକ ଏଠାରେ ସୃଷ୍ଟି ହେଉନାହିଁ ।

ବିଶ୍ୱର ସର୍ବୋତ୍ତମ ବୈଦ୍ୟୁତିକ ଯାନ ବର୍ତ୍ତମାନ ବିୱାଇଡି କର୍ପୋରେସନ୍ ନାମକ ସଂସ୍ଥା ଦ୍ୱାରା ଉତ୍ପାଦିତ ହେଉଛି । ସମଗ୍ର ବିଶ୍ୱ ଏହାକୁ ମାନୁଛି । ସେମାନେ ସର୍ବୋତ୍ତମ ଗୁଣବତ୍ତା, ଶସ୍ତା ବୈଦ୍ୟୁତିକ କାର୍ ଏବଂ ଟ୍ରକ୍ ତିଆରି କରନ୍ତି । ଆପଣ ସେମାନଙ୍କୁ ଆମେରିକାର କୌଣସି ସ୍ଥାନରେ ଦେଖିପାରିବେ ନାହିଁ। କାହିଁକି ନୁହେଁ ? କାରଣ ଟ୍ରମ୍ପ ସେମାନଙ୍କ ଉପରେ ୨୭ ପ୍ରତିଶତ ଶୁଳ୍କ ଲାଗୁ କରିଦେଲେ, ଏବଂ ବାଇଡେନ୍ ଏହାକୁ ୧୦୦% କୁ ବୃଦ୍ଧି କରିଦେଲେ । ଭାବିଲେ ଲୋକମାନେ ଆମେରିକୀୟ ସାମଗ୍ରୀ କିଣିବାକୁ ବାଧ୍ୟ ହେବେ, ଯାହା ଫଳରେ ଆମେରିକାରେ ନିଯୁକ୍ତି ସୃଷ୍ଟି ହେବ, ଓ ପୁଣିଥରେ ଅର୍ଥନୀତି ଦୌଡ଼ିବ। । ଠିକ୍ ଅଛି, ମୋତେ ଏବେ ଅର୍ଥନୀତିଜ୍ଞ ହେବାକୁ ପଡ଼ିବ ।
ଯଦି ଅନ୍ୟ ଜି-୭ ଦେଶଗୁଡ଼ିକ ସହିତ ଆପଣ ଆମେରିକାକୁ ନିଅନ୍ତି, ତାହା ବିଶ୍ୱର ବଡ଼ ବ୍ଲକ । ଆସନ୍ତୁ ଏବେ ଆମେ ହିସାବ କରିବା ଯାହାଦ୍ୱାରା ସମସ୍ତେ ସବୁ କଥା ଜାଣିପାରିବେ । କାନାଡା, ଜାପାନ, ଜର୍ମାନୀ, ଫ୍ରାନ୍ସ, ଇଟାଲୀ ଏବଂ ବ୍ରିଟେନ – ଏସବୁ ଜି-୭ ଦେଶ । ଏହି ସାତଟି ଦେଶ, ଆମେରିକା ଏବଂ ଏହାର ପ୍ରମୁଖ ସହଯୋଗୀଙ୍କ ସମସ୍ତ ଜି. ଡି. ପି. ବା ମୋଟ ଘରୋଇ ଉତ୍ପାଦ, ସାମଗ୍ରୀ ଏବଂ ସେବାର ମୋଟ ଉତ୍ପାଦନକୁ ମୁଁ ଯୋଡୁଛି । ବର୍ତ୍ତମାନ ମୁଁ ଏହାକୁ ଚୀନ୍ ଏବଂ ଏହାର ସହଯୋଗୀମାନଙ୍କ ମୋଟ ଜିଡିପି ସହିତ ତୁଳନା କରିବାକୁ ଯାଉଛି, ଯାହା ବ୍ରିକ୍ସ୍ ଦେଶ ଭାବରେ ଜଣାଶୁଣା ।

ଆପଣ ଯଦି ଆମେରିକାକୁ ମିଶାଉଛନ୍ତି, ସବୁ ମିଶି ବିଶ୍ୱ ଉତ୍ପାଦନର ପ୍ରାୟ ୨୮ ପ୍ରତିଶତ। ଆପଣ ଚୀନ୍ ଏବଂ ବ୍ରିକ୍ସକୁ ଯୋଡ଼ନ୍ତୁ, ସେମାନଙ୍କ ହାତରେ ରହିଛି ବିଶ୍ୱ ଉତ୍ପାଦନର ୩୫ ପ୍ରତିଶତ । ଆମେ ବିଶ୍ୱର ସବୁଠାରୁ ଧନୀ ବ୍ଲକ ନୁହେଁ । ଆମେ ଦୁଇ ନମ୍ବର ଏବଂ ଏହା ଏକ ନୂଆ କଥା ହେବାକୁ ଯାଉଛି । ସବୁକିଛି ବଦଳିବାରେ ଲାଗିଛି । ଆପଣ ସାରାବିଶ୍ୱରେ ବୁଲି ବୁଲି ନିଜକୁ ବଡ଼ ବୋଲି କହିପାରନ୍ତି। ଆପଣ ସପ୍ତମ ନୌବିହାରକୁ ଦକ୍ଷିଣ ଚୀନ ସାଗରରେ ସ୍ଥାପନ କରିପାରନ୍ତି । ଏଥିରେ କିନ୍ତୁ ସ୍ଥିତି ବଦଳିବ ନାହିଁ । ଆପଣଙ୍କୁ ବାସ୍ତବତା ପ୍ରତି ଧ୍ୟାନ ଦେବାକୁ ପଡ଼ିବ । କିନ୍ତୁ ଆମେ ସେହି ଲୋକମାନଙ୍କ ଦ୍ୱାରା ପରିଚାଳିତ ଯେଉଁମାନେ ଏହା କରିବାକୁ ଚାହାନ୍ତି ନାହିଁ । କାରଣ କେହି ରାଜନେତା ହେବାକୁ ଚାହାଁନ୍ତି ନାହିଁ ଯାହାକୁ କି ସବୁକଥା ଲୋକଙ୍କୁ ବୁଝାଇବାକୁ ପଡ଼ିବ । କଥା ଏତିକି ।
ALSO READ https://purvapaksa.com/if-india-dies-who-will-live/
If India dies, who will live? ।। ଯଦି ଭାରତ ମରିଯାଏ ତେବେ ବଞ୍ଚିବ କିଏ?


