ସୋସିଆଲ ମିଡିଆ ଏବଂ ଆନ୍ତର୍ଜାତୀକ ଗଣମାଧ୍ୟମରେ ଏବେ ଗୋଟିଏ ଖବର ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି। ପାକିସ୍ତାନ, ଯିଏ ସବୁବେଳେ ଭାବେ ଯେ ସାଉଦୀ ଆରବ ତା’ର ସବୁଠୁ ବଡ଼ ସମର୍ଥକ ଏବଂ ବିପତ୍ତି ସମୟରେ ସାଉଦୀ ତା’ ପାଇଁ ଭାରତ ବିରୁଦ୍ଧରେ ଲଢ଼ିବାକୁ ସେନା ପଠାଇବ, ସେହି ପାକିସ୍ତାନର ସବୁ ଭ୍ରମ ଏବେ ଭାଙ୍ଗିଯାଇଛି।
ଏକ ଗୁପ୍ତ ପ୍ରତିରକ୍ଷା ଚୁକ୍ତି ବା ‘ଡିଫେନ୍ସ ପ୍ୟାକ୍ଟ’ର ତଥ୍ୟ ଲିକ୍ ହୋଇଛି, ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଏହି ରିପୋର୍ଟରୁ ଜଣାପଡିଛି ଯେ, ସାଉଦୀ ଆରବ କୌଣସି ବି ପରିସ୍ଥିତିରେ ଭାରତ ବିରୁଦ୍ଧରେ ପାକିସ୍ତାନକୁ ସାମରିକ ସହାୟତା ଦେବାକୁ ବାଧ୍ୟ ନୁହେଁ। ଏହି ପୁରା ଘଟଣାର ପୋଷ୍ଟମର୍ଟମ କରିବା ଏବଂ ଜାଣିବା ଭାରତ ପାଇଁ ଏହା କେତେ ବଡ଼ ବିଜୟ।

ପାକିସ୍ତାନ ଏବଂ ସାଉଦୀ ଆରବ ମଧ୍ୟରେ ଥିବା ସମ୍ପର୍କ କୌଣସି ନୂଆ କଥା ନୁହେଁ। ଦଶନ୍ଧି ଦଶନ୍ଧି ଧରି ପାକିସ୍ତାନ ନିଜକୁ ସାଉଦୀର ସୁରକ୍ଷା କର୍ମୀ ବୋଲି କହିଆସିଛି। ବଦଳରେ ସାଉଦୀଠାରୁ କୋଟି କୋଟି ଡଲାରର ଋଣ ଏବଂ ତେଲ ମାଗଣାରେ କିମ୍ବା ଶସ୍ତାରେ ନେଇଆସିଛି । କିନ୍ତୁ ଏବେ ଯେଉଁ ସିକ୍ରେଟ୍ ଡକ୍ୟୁମେଣ୍ଟ୍ ସାମ୍ନାକୁ ଆସିଛି, ତାହା ପାକିସ୍ତାନର ମୁଖା ଖୋଲିଦେଇଛି।
ରିପୋର୍ଟ ଅନୁସାରେ:
୧. କୌଣସି ସାମରିକ ବାଧ୍ୟବାଧକତା ନାହିଁ: ଚୁକ୍ତିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, ଯଦି ପାକିସ୍ତାନ ଏବଂ ଭାରତ ମଧ୍ୟରେ ଯୁଦ୍ଧ ହୁଏ, ତେବେ ସାଉଦୀ ଆରବ ନିଜର ସେନା ପାକିସ୍ତାନ ପଠାଇବ ନାହିଁ।
୨. ନିରପେକ୍ଷତା: ସାଉଦୀ ଆରବ ଏବେ ନିଜର ସ୍ୱାର୍ଥ ଏବଂ ଭାରତ ସହିତ ବଢ଼ୁଥିବା ବ୍ୟାପାରିକ ସମ୍ପର୍କକୁ ଅଧିକ ଗୁରୁତ୍ୱ ଦେଉଛି।
୩. କାଶ୍ମୀର ପ୍ରସଙ୍ଗ: ପାକିସ୍ତାନ ସବୁବେଳେ କାଶ୍ମୀର ନାଁରେ ମୁସଲିମ ଦେଶମାନଙ୍କୁ ଏକାଠି କରିବାକୁ ଚେଷ୍ଟା କରେ, କିନ୍ତୁ ସାଉଦୀ ଏହି ଗୁପ୍ତ ଚୁକ୍ତି ଜରିଆରେ ସ୍ପଷ୍ଟ କରିଦେଇଛି ଯେ ସେ କୌଣସି ଆଞ୍ଚଳିକ ବିବାଦରେ ମୁଣ୍ଡ ଖେଳାଇବ ନାହିଁ।
ଏଠାରେ ଗୋଟିଏ କଥା ବୁଝିବାକୁ ହେବ, ସାଉଦୀ ଆରବର ଅର୍ଥନୀତି ଏବେ ବଦଳୁଛି। ମହମ୍ମଦ ବିନ୍ ସଲମାନ ‘ଭିଜନ ୨୦୩୦’ ଉପରେ କାମ କରୁଛନ୍ତି। ସେ ଜାଣନ୍ତି ଯେ ଭାରତ ହେଉଛି ବିଶ୍ୱର ସବୁଠୁ ବଡ଼ ବଜାର। ଭାରତ ସହିତ ଶତ୍ରୁତା କରି କେବଳ ପାକିସ୍ତାନ ଭଳି ଏକ କାଙ୍ଗାଳ ଦେଶକୁ ସାହାଯ୍ୟ କରିବା ସାଉଦୀ ପାଇଁ କୌଣସି ଦିଗରୁ ଲାଭଦାୟକ ନୁହେଁ।
![]()
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତର ବୈଦେଶିକ ନୀତି ଏବେ ଏତେ ଶକ୍ତିଶାଳୀ ହୋଇଛି ଯେ, ପାକିସ୍ତାନର ସବୁଠୁ ପୁରୁଣା ବନ୍ଧୁମାନେ ବି ଏବେ ତା’କୁ ଧୋକା ଦେବାକୁ ଆରମ୍ଭ କଲେଣି। କିଛିବର୍ଷ ତଳେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ସାଉଦୀକୁ ଧମକ ଦେଇଥିଲେ ଯେ ଯଦି ସେମାନେ କାଶ୍ମୀର ଉପରେ ପାକିସ୍ତାନକୁ ସମର୍ଥନ ନ କରନ୍ତି, ତେବେ ସେମାନେ ଅଲଗା ଗୋଷ୍ଠୀ ଗଠନ କରିବେ। ସେଇ ଦିନଠାରୁ ସାଉଦୀ ଏବଂ ପାକିସ୍ତାନ ମଧ୍ୟରେ ଦୂରତା ବଢ଼ିବାରେ ଲାଗିଛି।
ଆଜି ଭାରତର ଆରବ ଦେଶମାନଙ୍କ ସହ ସମ୍ପର୍କ ଏତେ ଭଲ ଯେ, ସେମାନେ ଭାରତରେ ବିପୁଳ ପରିମାଣର ପୁଞ୍ଜିନିବେଶ କରୁଛନ୍ତି। ୟୁଏଇ ହେଉ କି ସାଉଦୀ ଆରବ, ସମସ୍ତେ ବୁଝିସାରିଛନ୍ତି ଯେ ଧର୍ମ ନାଁରେ କୌଣସି ଦେଶକୁ ଆଖିବୁଜା ସମର୍ଥନ କରିବା ମୁର୍ଖାମୀ।

ପାକିସ୍ତାନ ଏବେ ‘ଭିକାରୀ’ ଅବସ୍ଥାରେ ଅଛି। ସେମାନଙ୍କ ପାଖରେ ନା ଅଛି ଟଙ୍କା, ନା ଅଛି ସମ୍ମାନ। ଏହି ଗୁପ୍ତ ଚୁକ୍ତି ଲିକ୍ ହେବା ପରେ ପାକିସ୍ତାନୀ ସେନା ଏବଂ ସରକାର ସମ୍ପୂର୍ଣ୍ଣ ରୂପେ ଭୟଭୀତ ହୋଇଯାଇଛନ୍ତି। ସେମାନେ ନିଜ ଜନତାଙ୍କୁ ମିଛ କହି ଆସୁଥିଲେ ଯେ ସାଉଦୀ ସେନା ଆମ ସୀମା ଜଗିବ, କିନ୍ତୁ ଏବେ ସତ୍ୟ ସାମ୍ନାକୁ ଆସିଛି।
ସାଉଦୀ ସଫା ସଫା କହିଦେଇଛି – ଆମେ ଆପଣଙ୍କୁ ଋଣ ଦେଇପାରୁ, କିନ୍ତୁ ଆପଣଙ୍କ ପାଇଁ ଯୁଦ୍ଧ କରିପାରିବୁ ନାହିଁ। ଏହା ପାକିସ୍ତାନ ପାଇଁ ସବୁଠୁ ବଡ଼ ସାମରିକ ଏବଂ କୂଟନୈତିକ ପରାଜୟ।

ଏହି ପୁରା ଘଟଣାଟି ଏହା ପ୍ରମାଣ କରୁଛି ଯେ ବିଶ୍ୱ ରାଜନୀତିରେ କେହି କାହାର ସବୁଦିନ ପାଇଁ ବନ୍ଧୁ ନଥାନ୍ତି। ସବୁକିଛି ନିର୍ଭର କରେ ଶକ୍ତି ଏବଂ ଅର୍ଥନୀତି ଉପରେ। ଭାରତ ଆଜି ଶକ୍ତିଶାଳୀ, ତେଣୁ ସାଉଦୀ ଆରବ ଭଳି ଦେଶ ବି ଭାରତ ବିରୁଦ୍ଧରେ ଯିବାକୁ ଚାହୁଁନାହାନ୍ତି।
ପାକିସ୍ତାନ ପାଇଁ ଏବେ ଗୋଟିଏ ହିଁ ଶିକ୍ଷା – ମିଛ ସାହାରାରେ କେହି ବେଶୀ ଦିନ ତିଷ୍ଠି ପାରେନା। ଏହି ଲିକ୍ ହୋଇଥିବା ରିପୋର୍ଟ ପାକିସ୍ତାନର ଗର୍ବକୁ ଧୂଳିସାତ୍ କରିଦେଇଛି।
also read : https://purvapaksa.com/new-chapter-in-world-politics-indias-operation-indradhanush-amid-west-asian-crisis/


