ଟି-୨୦ ବିଶ୍ୱକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁଥିବା ମ୍ୟାଚ ନେଇ ସସପେନ୍ସ ଜାରି ରହିଛି । ଲାହୋରର ଗଦାଫି ଷ୍ଟାଡିୟମରେ ICC, PCB ଓ ବାଂଲାଦେଶ କ୍ରିକେଟ ବୋର୍ଡର ଗୁରୁତ୍ୱପୂର୍ଣ୍ଣ ୫ ଘଣ୍ଟାର ବୈଠକ ହୋଇଛି । ଏହି ବୈଠକରେ ଭାରତ ବିପକ୍ଷରେ ପାକିସ୍ତାନ ମ୍ୟାଚ ବର୍ଜନ ନିଷ୍ପତ୍ତି ଉପରେ ଚର୍ଚ୍ଚା ହୋଇଛି ।

ପାକିସ୍ତାନ ବର୍ଜନ ନିଷ୍ପତ୍ତିରୁ ଓହରିବା ପାଇଁ ୩ଟି ସର୍ତ୍ତ ରଖିଛି । ପ୍ରଥମତଃ ପାକିସ୍ତାନକୁ ବିଶ୍ୱର ସବୁଠାରୁ ଅଧିକ ରେଭିନ୍ୟୁ ଦରକାର । ଦ୍ୱିତୀୟତଃ, ଭାରତ ସହିତ ବାଇଲେଟରାଲ କ୍ରିକେଟ ପୁଣି ଆରମ୍ଭ ହେବା ଦାବି । ତୃତୀୟତଃ ଟି-୨୦ ବିଶ୍ୱକପରେ ଭାରତୀୟ ଓ ପାକିସ୍ତାନୀ ଖେଳାଳିଙ୍କ ପରସ୍ପର କରମର୍ଦ୍ଦନ ନ ହେବା ନିଶ୍ଚିତ କରାଯିବ ।
ବୈଠକରେ PCB ଅଧ୍ୟକ୍ଷ ମୋହସିନ ନକଭି ICC ଡେପୁଟି ଚେୟାରମ୍ୟାନ୍ ଇମ୍ରାନ ଖ୍ୱାଜା ଓ BCB ସଭାପତି ଅମିନୁଲ ଇସଲାମ ଉପସ୍ଥିତ ଥିଲେ । ICC ପାକିସ୍ତାନକୁ ମ୍ୟାଚ ବର୍ଜନ ନିଷ୍ପତ୍ତି ଉପରେ ପୁନଃବିଚାର କରିବା ପାଇଁ କହିଛି। ପାକିସ୍ତାନ ମ୍ୟାଚ ନଖେଳିଲେ ବଡ ଧରଣର ଆର୍ଥିକ ଜରିମାନା, ପଏଣ୍ଟ କାଟ ସହ ଭବିଷ୍ୟତର ICC ଇଭେଣ୍ଟ ଆୟୋଜନ ଅଧିକାର ହରାଇବାକୁ ପଡ଼ିପାରେ।

ବୈଠକ ପରେ, ପାକିସ୍ତାନ ନିଜ ଜିଦ୍ରୁ ଓହରିବା ସହ ସାମାନ୍ୟ ନରମ ପଡ଼ିଥିବା ଜଣାପଡ଼ିଛି। PCB ଅଧ୍ୟକ୍ଷ ମୋହସିନ ନକଭି ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ସହ ଆଲୋଚନା କରିବେ। ପାକିସ୍ତାନ ୨୪ ଘଣ୍ଟା ମଧ୍ୟରେ ଚୂଡ଼ାନ୍ତ ନିଷ୍ପତ୍ତି ଘୋଷଣା କରିବ।
ଭାରତ-ପାକିସ୍ତାନ ମ୍ୟାଚ ଫେବୃଆରୀ ୧୫ରେ କଲମ୍ବୋରେ ଖେଳାଯିବାକୁ କାର୍ଯ୍ୟସୂଚୀ ସ୍ଥିର ହୋଇଛି, କିନ୍ତୁ ପିସିବି ଏହାକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛି। ICC ବାଂଲାଦେଶକୁ ବାଦ ଦେଇ ସ୍କଟଲାଣ୍ଡକୁ ସୁଯୋଗ ଦେଇଛି। ପାକିସ୍ତାନ ଏହି ପ୍ରସଙ୍ଗକୁ ରାଜନୀତିକ ରୂପ ଦେଉଛି, ଯାହା ବିଶ୍ୱକ୍ରିକେଟରେ ଚର୍ଚ୍ଚାର ବିଷୟ ହୋଇଛି।
also read https://purvapaksa.com/sharad-pawar/
ଅଜିତ ପାୱାରଙ୍କ ପରେ ଶରଦ ପାୱାରଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ।। Sharad pawar


