ମାଲକାନଗିରି ପରେ ପଡିଲା କୋରାପୁଟର ପାଳି | ସ୍ଥାନୀୟ ଅଞ୍ଚଳକୁ ଘେରିଛି ଇନ୍ଧନ ସଙ୍କଟ | ଓଡିଶା କୋରାପୁଟ ଜିଲ୍ଲାର ଲମତାପୁଟ ଅଞ୍ଚଳରେ ଦେଖାଦେଇଛି ଇନ୍ଧନ ଅଭାବ | ପେଟ୍ରୋଲ ଏବଂ ଡିଜେଲର ଅଭାବ ଯୋଗୁଁ ବନ୍ଦ ରହିଛି ସେଠାକାର ଅନେକ ପେଟ୍ରୋଲ ପମ୍ପ । ଗତ ଦୁଇ ଦିନ ଧରି ସ୍ଥାନୀୟ ପେଟ୍ରୋଲ ପମ୍ପଗୁଡ଼ିକରେ ଇନ୍ଧନ ଉପଲବ୍ଧ ନାହିଁ | ଯାହା ଫଳରେ ଯାତ୍ରୀ ଏବଂ ଯାନବାହନର ମାଲିକମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ବାସିନ୍ଦା |
ଇନ୍ଧନର ଅଭାବ ନାହିଁ ବୋଲି ସରକାରୀ ପ୍ରତିଶ୍ରୁତି ମିଳିବା ସତ୍ତ୍ୱେ, ସଠିକ ସମୟରେ ପହଂଚି ପାରୁନି ଯୋଗାଣ | ଯାହା ଫଳରେ ପ୍ରଭାବିତ ଅଞ୍ଚଳ ସବୁରେ ପମ୍ପଗୁଡ଼ିକ ବନ୍ଦ ରହିଛି । ଯାହାପାଇଁ ପମ୍ପଗୁଡ଼ିକୁ ଯାତାୟାତ କରୁଥିବା ଲୋକମାନେ ଇନ୍ଧନ ନ ପାଇ ନିରାଶ ହୋଇ ଫେରୁଛନ୍ତି।
ଚାଳକମାନେ ପ୍ରମୁଖ ଅସୁବିଧାର ସମ୍ମୁଖୀନ ହେଉଛନ୍ତି
ଏକ ପ୍ରକାର ପର୍ଯ୍ୟଟନସ୍ଥଳୀ ହୋଇଥିବା ଯୋଗୁଁ ଏଠାରେ ପେଟ୍ରୋଲ ଏବଂ ଡିଜେଲର ଅଭାବ ବଡ ସଙ୍କଟ ସୃଷ୍ଟି କରିଚି | ଗାଡି ମାଲିକମାନେ ଯଥେଷ୍ଟ ଅସୁବିଧା ସାମ୍ନା କରିବା ସହ ହୋଇଛନ୍ତି ଉପାୟ ଶୂନ୍ୟ | ଅନେକ ଗାଡ଼ିର ଇନ୍ଧନ ସରିଯିବା ପରେ ମଝି ରାସ୍ତାରେ ଫସି ରହିଛନ୍ତି ପର୍ଯ୍ୟଟକ ଓ ଯାତ୍ରୀ । ଏହି ପରିସ୍ଥିତିରେ ଅଞ୍ଚଳର ଯାତ୍ରୀମାନଙ୍କ ପାଇଁ ନିୟମିତ ଯାତ୍ରା ଏବଂ ଦୈନନ୍ଦିନ କାର୍ଯ୍ୟକଳାପ ହୋଇଛି ବିଶେଷ ଭାବେ ବାଧାପ୍ରାପ୍ତ । ସ୍ଥାନୀୟ ଲୋକମାନେ କହିଛନ୍ତି ଯେ ସେମାନେ ଇନ୍ଧନ ପାଇବା ଆଶାରେ ପେଟ୍ରୋଲ ପମ୍ପଗୁଡ଼ିକୁ ଆସୁଛନ୍ତି , କିନ୍ତୁ ଅଭାବ ଯୋଗୁଁ ପମ୍ପଗୁଡ଼ିକ ବନ୍ଦ ରହିଛି।
ସ୍ଥାନୀୟ ଲୋକମାନେ ମଧ୍ୟପ୍ରାଚ୍ୟ ସଙ୍କଟ ସହିତ ଅଭାବକୁ ଯୋଡ଼ୁଛନ୍ତି
ଚଳିତ ପରିସ୍ଥିତି ମଧ୍ୟରେ, କିଛି ବାସିନ୍ଦା ନିଜ ଚିନ୍ତା ପ୍ରକାଶ କରିବା ସହ ଏହି ଅଭାବକୁ ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ସହିତ ଯୋଡ଼ୁଛନ୍ତି। ତଥାପି, ଅଧିକାରୀମାନେ ଏପରି କୌଣସି ଅସୁବିଧା ନେଇ ଇଙ୍ଗିତ କରି ନାହାନ୍ତି | ରିପୋର୍ଟ ଅନୁଯାଇ ଇନ୍ଧନ ଯୋଗାଣ ଖୁବ ଶୀଘ୍ର ହେବାକୁ ଚେଷ୍ଟା ଚଳାଇଛି ଯୋଗାଣ ବିଭାଗ ଏବଂ ଆଜି ପରେ ପେଟ୍ରୋଲ ପମ୍ପଗୁଡ଼ିକ ପୁଣି ଖୋଲିପାରେ | ଯାହା ଅଭାବ ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଥିବା ଗାଡ଼ି ଚାଳକମାନଙ୍କୁ ଖୁବ ଜଲ୍ଦି ଆଶ୍ୱସ୍ତି ଦେଇପାରେ ।
also read : https://purvapaksa.com/deadline-set-for-investigation-report/
ତଦନ୍ତ ରିପୋର୍ଟ ପାଇଁ ସମୟସୀମା ଧାର୍ଯ୍ୟ || Deadline set for investigation report


