ପ୍ରକୃତିର କ୍ରୋଧ କେତେ ଭୟଙ୍କର ହୋଇପାରେ, ତାର ଏକ ଜ୍ୱଳନ୍ତ ଉଦାହରଣ ଆମେ ଗତକାଲି ନେପାଳରେ ଦେଖିବାକୁ ପାଇଛୁ। ନେପାଳର ସୀମାନ୍ତ ଅଞ୍ଚଳରେ ହଠାତ୍ ଆସିଥିବା ପ୍ରଳୟଙ୍କରୀ ବନ୍ୟା ଏବଂ ଭୂସ୍ଖଳନ ସମଗ୍ର ବିଶ୍ୱକୁ ହଲ୍ଚଲ୍ କରିଦେଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟ କେବଳ ଗୋଟିଏ ଦେଶକୁ କ୍ଷତି ପହଞ୍ଚାଇନି, ବରଂ ଭାରତୀୟ ଉପମହାଦ୍ୱୀପର ନିଦ ହଜାଇ ଦେଇଛି।
କାରଣ ଏହି ଭୟାବହ ଘଟଣା ପରେ ଭାରତର ବରିଷ୍ଠ ରଣନୈତିକ ଏବଂ ଭୂ-ବୈଜ୍ଞାନିକ ବିଶେଷଜ୍ଞମାନେ ଏକ ବଡ଼ ବିପଦର ଆଶଙ୍କା କରି ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ବିପଦଟି ଆସୁଛି ଆମର ଉତ୍ତର ସୀମା ଅର୍ଥାତ୍ ତିବ୍ଦତ ଏବଂ ଅରୁଣାଚଳ ପ୍ରଦେଶ ନିକଟରୁ, ଯେଉଁଠାରେଡ୍ରାଗନ୍ ଅର୍ଥାତ୍ ଚୀନ୍ ଏପରି ଏକ କାମ କରୁଛି ଯାହାକୁ ବିଶେଷଜ୍ଞମାନେ ସିଧାସଳଖ ‘ୱାଟର ବମ୍’ ବୋଲି କହୁଛନ୍ତି।
ଆଜି ଆମେ ଆଲୋଚନା କରିବା, ନେପାଳର ଏହି ସାମ୍ପ୍ରତିକ ବିପର୍ଯ୍ୟୟ ପଛର ପ୍ରକୃତ କାରଣ କ’ଣ ଏବଂ ଭାରତ ସୀମା ପାଖରେ ବ୍ରହ୍ମପୁତ୍ର ନଦୀ ଉପରେ ଚୀନ୍ ଯେଉଁ ବିଶ୍ୱର ସବୁଠାରୁ ବଡ଼ ଡ୍ୟାମ୍ ନିର୍ମାଣ କରୁଛି, ତାହା ଭାରତ ପାଇଁ କାହିଁକି ଏକ ବିରାଟ ପରମାଣୁ ବିପଦଠାରୁ ମଧ୍ୟ ଭୟଙ୍କର ସାବ୍ୟସ୍ତ ହୋଇପାରେ।
ନେପାଳରେ ଘଟିଥିବା ସେହି ମର୍ମନ୍ତୁଦ ଘଟଣା। ରିପୋର୍ଟ ମୁତାବକ, ତିବ୍ଦତ-ନେପାଳ ସୀମା ନିକଟରେ ଏକ ମଧ୍ୟମ ଧରଣର ଭୂମିକମ୍ପ (ଯାହାର ତୀବ୍ରତା ମାତ୍ର ୪.୪ ଥିଲା) ଘଟିଥିଲା। ଏହି ଛୋଟ ଭୂମିକମ୍ପ ଯୋଗୁଁ ହିମାଳୟର ଉଚ୍ଚ ପର୍ବତମାଳାରେ ବରଫ ଧସିବା ଏବଂ ଗ୍ଲେସିୟର ଫାଟିବା ଭଳି ପରିସ୍ଥିତି ସୃଷ୍ଟି ହେଲା।
ଏହାର ପରିଣାମସ୍ୱରୂପ, ନେପାଳର ଭୋଟେ କୋଶୀ ଏବଂ ତ୍ରିଶୂଳୀ ନଦୀରେ ହଠାତ୍ ଅବିଶ୍ୱାସନୀୟ ଜଳପ୍ରବାହ ଆସିଗଲା। କିଛି ମିନିଟ୍ ମଧ୍ୟରେ ନଦୀର ଜଳସ୍ତର ଏପରି ବଢ଼ିଗଲା ଯେ, କୂଳରେ ଥିବା ବହୁ ଗାଁ, ଘରଦ୍ୱାର ଏବଂ ପଥରର ପୋଲଗୁଡ଼ିକ ତାସ୍ ପତା ପରି ଭାସିଗଲା।
ଏହି ଘଟଣା ପରେ ନେପାଳର ବୈଦେଶିକ ମନ୍ତ୍ରୀ ଶିଶିର ଖାନାଲ ସଂସଦରେ ଏହାର ବିବୃତି ଦେଇ ସ୍ୱୀକାର କରିଛନ୍ତି ଯେ ଏହା ଥିଲା ଅତ୍ୟନ୍ତ ଅପ୍ରତ୍ୟାଶିତ। କିନ୍ତୁ ଏହି ଘଟଣା ଭାରତର ବୈଜ୍ଞାନିକମାନଙ୍କୁ କାହିଁକି ଏତେ ଚିନ୍ତାରେ ପକାଇଛି?
କାରଣ, ହିମାଳୟ ହେଉଛି ବିଶ୍ୱର ସବୁଠାରୁ କନିଷ୍ଠ, କ୍ରମାଗତ ବୃଦ୍ଧି ପାଉଥିବା ଏବଂ ସବୁଠାରୁ ଅସ୍ଥିର ପର୍ବତମାଳା। ଏହା ସହିତ ଏହା ଭୂକମ୍ପ ଦୃଷ୍ଟିରୁ ବିଶ୍ୱର ସବୁଠାରୁ ଅତି ସମ୍ବେଦନଶୀଳ ଜୋନ୍ ମଧ୍ୟରେ ଆସେ। ଏବଂ ଠିକ୍ ଏହିଭଳି ଏକ ଅସ୍ଥିର ଓ ସମ୍ବେଦନଶୀଳ ଭୂ-ଅଞ୍ଚଳରେ ଚୀନ୍ ଯାହା କରୁଛି, ତାହା ଭାରତ ପାଇଁ ଏକ ବଡ଼ ବିପଦ ଘଣ୍ଟି।
ବର୍ତ୍ତମାନ ଆସିବା ମୂଳ ବିଷୟ ଉପରେ। ଭାରତ-ତିବ୍ଦତ ସୀମା ନିକଟରେ, ଅରୁଣାଚଳ ପ୍ରଦେଶର ଠିକ୍ ଉପର ଭାଗରେ, ତିବ୍ଦତର ‘ମେଡୋଗ’ ଅଞ୍ଚଳରେ ଚୀନ୍ ସରକାର ନିର୍ମାଣ କରୁଛନ୍ତି ବିଶ୍ୱର ସବୁଠାରୁ ବଡ଼ ହାଇଡ୍ରୋ ପାୱାର୍ ଡ୍ୟାମ୍।
ଏହି ପ୍ରକଳ୍ପର କ୍ଷମତା ଶୁଣିଲେ ଆପଣଙ୍କ ହୋସ୍ଡ଼ିବଯିବ— ଏହାା ପ୍ରାୟ ୬୦,୦୦୦ ମେଗାୱାଟ୍ (60,000 MW) ବିଦ୍ୟୁତ୍ ଉତ୍ପାଦନ କରିବାର କ୍ଷମତା ରଖିବ। ଚୀନ୍ର ଜିନପିଙ୍ଗ୍ ପ୍ରଶାସନର ଲକ୍ଷ୍ୟ ରହିଛି ଯେ, ୨୦୩୩ ମସିହା ସୁଦ୍ଧା ଏହି ମେଡୋଗ ଡ୍ୟାମ୍ର କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ଶେଷ କରାଯାଇ ଏହାକୁ ଚାଲୁ କରାଯିବ।
କିନ୍ତୁ ସବୁଠାରୁ ବଡ଼ ଚିନ୍ତାର ବିଷୟ ଏହା ଯେ, ଚୀନ୍ ଯେଉଁ ଭୂ-ଅଞ୍ଚଳରେ ଏହି ବିଶାଳ ଡ୍ୟାମ୍ ତିଆରି କରୁଛି, ଠିକ୍ ସେହି ଅଞ୍ଚଳରେ ହିଁ ନେପାଳ ପରି ବାରମ୍ବାର ଭୂମିକମ୍ପ ଏବଂ ଭୂସ୍ଖଳନ ଘଟିଥାଏ। ଭାରତର ପ୍ରଖ୍ୟାତ ରଣନୈତିକ ବିଶେଷଜ୍ଞ ବ୍ରହ୍ମ ଚେଲାନୀ (Brahma Chellaney) ଏକ ବଡ଼ ଚେତାବନୀ ଦେଇ କହିଛନ୍ତି ଯେ, “ତିବ୍ଦତ-ନେପାଳ ସୀମା ନିକଟରେ ମାତ୍ର ୪.୪ ତୀବ୍ରତାର ଏକ ସାମାନ୍ୟ ଭୂମିକମ୍ପ ଏତେ ବଡ଼ ପ୍ରଳୟ ଆଣିପାରିଲା, ତେବେ ଭୂକମ୍ପ-ପ୍ରବଣ ଅଞ୍ଚଳରେ ଚୀନ୍ ଦ୍ୱାରା ନିର୍ମିତ ହେଉଥିବା ଏହି ବିଶାଳ ଡ୍ୟାମ୍ ଯଦି କୌଣସି ପ୍ରକାରେ କ୍ଷତିଗ୍ରସ୍ତ ହୁଏ, ତେବେ ଏହାର ପରିଣାମ କ’ଣ ହେବ?”
ତାଙ୍କ ମତରେ, ଏହା କୌଣସି ସାଧାରଣ ବିଦ୍ୟୁତ୍ ପ୍ରକଳ୍ପ ନୁହେଁ, ବରଂ ଏହା ଏକ ‘ୱାଟର ବମ୍’ ଅର୍ଥାତ୍ ଜଳ ବମ୍, ଯାହା ଭାରତର ସମଗ୍ର ପୂର୍ବୋତ୍ତର (North-East) ଅଞ୍ଚଳ ବିଶେଷକରି ଅରୁଣାଚଳ ପ୍ରଦେଶ ଏବଂ ଆସାମଠାରୁ ଆରମ୍ଭ କରି ବାଂଲାଦେଶ ପର୍ଯ୍ୟନ୍ତ ଏକ ବିରାଟ ଜଳପ୍ରଳୟ ସୃଷ୍ଟି କରିପାରେ।
ଆଶ୍ଚର୍ଯ୍ୟର କଥା ଏହା ଯେ, କେବଳ ଭାରତୀୟ କିମ୍ବା ବାହ୍ୟ ବିଶେଷଜ୍ଞ ନୁହଁନ୍ତି, ବରଂ ଖୋଦ୍ ଚୀନ୍ର ନିଜର ଭୂବୈଜ୍ଞାନିକ ଏବଂ ଜିଓଲୋଜିକାଲ୍ ସର୍ଭେ ରିପୋର୍ଟ ମଧ୍ୟ ଏହି ପ୍ରକଳ୍ପକୁ ନେଇ ବଡ଼ ବିପଦର ଘଣ୍ଟି ବଜାଇ ସାରିଛନ୍ତି।
ଗତ ଜୁଲାଇ ମାସରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡ଼ିଥିଲା ଯେ, ତିବ୍ଦତରେ ନିର୍ମାଣାଧୀନ ଏହି ମେଡୋଗ ହାଇଡ୍ରୋପାୱାର୍ ଷ୍ଟେସନ୍ ସିଧାସଳଖ ଏକ ସକ୍ରିୟ ଭୂକମ୍ପ ଫଲ୍ଟ ଲାଇନ୍ (Active Fault Line) ଉପରେ ଅବସ୍ଥିତ। ଅର୍ଥାତ୍, ଏହା ଏପରି ଏକ ଜାଗାରେ ତିଆରି ହେଉଛି ଯେଉଁଠାରେ ମାଟି ସର୍ବଦା ଅସ୍ଥିର ରହିଥାଏ।
କିନ୍ତୁ ସବୁଠାରୁ ଦୁଃଖଜନକ ଏବଂ ଚିନ୍ତାଜନକ କଥା ହେଲା, ଚୀନ୍ ସରକାର ନିଜ ଦେଶର ବୈଜ୍ଞାନିକମାନଙ୍କର ଏହି ବୈଜ୍ଞାନିକ ଚେତାବନୀକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରିଚାଲିଛନ୍ତି। ନିଜର ଆର୍ଥିକ ଏବଂ ଭୂ-ରାଜନୈତିକ (Geopolitical) ଆଧିପତ୍ତ ବିସ୍ତାର କରିବା ପାଇଁ ଚୀନ୍ ମାନବିକତା ଏବଂ ପ୍ରାକୃତିକ ସୁରକ୍ଷାକୁ ବାଏଁହାତରେ ଉଡ଼ାଇ ଦେଉଛି।
ପୂର୍ବତନ ଭାରତୀୟ ରାଜନୈତିକ ଓ କୂଟନୀତିଜ୍ଞ ରାଜୀବ ଡୋଗ୍ରା (Rajiv Dogra) ଏହି ପ୍ରସଙ୍ଗରେ ମତ ଦେଇ କହିଛନ୍ତି ଯେ, ଭାରତ ସର୍ବଦା ପଡ଼ୋଶୀ ଦେଶଗୁଡ଼ିକର ବିପର୍ୟୟରେ ସବୁଠାରୁ ଆଗରେ ରହି ସାହାଯ୍ୟର ହାତ ବଢ଼ାଇଥାଏ— ଯେପରି ଆମେ ନେପାଳ କ୍ଷେତ୍ରରେ ମଧ୍ୟ ଦେଖିଛୁ। କିନ୍ତୁ ଅନ୍ୟପଟେ ଚୀନ୍ ରହିଛି, ଯାହାକୁ ଅନ୍ୟ ଦେଶର ଜୀବନ କିମ୍ବା ସେମାନଙ୍କର ବିପଦ ସହିତ କୌଣସି ସମ୍ପର୍କ ନାହିଁ। ଚୀନ୍ କେବଳ ନିଜର ସ୍ୱାର୍ଥ ପାଇଁ ସମଗ୍ର ଏସୀୟ ଅଞ୍ଚଳକୁ ଏକ ବଡ଼ ବିପଦ ମୁହଁକୁ ଠେଲି ଦେଉଛି।
ତେବେ ପ୍ରଶ୍ନ ଉଠୁଛି, ଏହି ପରିସ୍ଥିତିରେ ଭାରତ କ’ଣ କରୁଛି?
ଭାରତ ସରକାର ଏବଂ ଏହାର ପ୍ରତିରକ୍ଷା ବିଶେଷଜ୍ଞମାନେ ଚୀନ୍ର ଏହି କୂଟନୈତିକ ଏବଂ ଜଳ ଆକ୍ରମଣକାରୀ ନୀତି ଉପରେ କଡ଼ା ନଜର ରଖିଛନ୍ତି। ବ୍ରହ୍ମପୁତ୍ର ନଦୀର ଜଳପ୍ରବାହ ଏବଂ ଚୀନ୍ର ଏହି ଡ୍ୟାମ୍ ନିର୍ମାଣ କାର୍ଯ୍ୟକୁ ନେଇ ଭାରତ ପକ୍ଷରୁ ଅନ୍ତର୍ଜାତୀୟ ମଞ୍ଚରେ ମଧ୍ୟ ପ୍ରଶ୍ନ ଉଠାଯାଇଛି। କାରଣ ଏକ ଆନ୍ତର୍ଜାତୀକ ନଦୀ ଉପରେ ଏପରି ଏକପାଖିଆ ଏବଂ ବିପଜ୍ଜନକ ଡ୍ୟାମ୍ ତିଆରି କରିବା ନଦୀ ନିମ୍ନ ଅଞ୍ଚଳରେ ଥିବା ଦେଶଗୁଡ଼ିକର ଜଳ ସୁରକ୍ଷା ଏବଂ ପରିବେଶ ପାଇଁ ଏକ ବଡ଼ ଆଘାତ ।
ଭାରତ ମଧ୍ୟ ଏହାର ଜବାବରେ ନିଜର ଉତ୍ତର-ପୂର୍ବ ସୀମାରେ ଭିତ୍ତିଭୂମିକୁ ମଜବୁତ କରୁଛି, ଜଳବିଦ୍ୟୁତ୍ ପ୍ରକଳ୍ପ ଏବଂ ଜଳ ସଂରକ୍ଷଣ ବ୍ୟବସ୍ଥାକୁ ଅଧିକ ସୁରକ୍ଷିତ କରୁଛି, ଯାହାଫଳରେ ଭବିଷ୍ୟତରେ ଯଦି କୌଣସି ଜକକାଳୀନ ପରିସ୍ଥିତି ସୃଷ୍ଟି ହୁଏ, ତେବେ ତାହାକୁ ମୁକାବିଲା କରାଯାଇପାରିବ।
ନେପାଳର ବନ୍ୟା ଏବଂ ଚୀନ୍ର ଏହି ‘ମେଡୋଗ ଡ୍ୟାମ୍’ ନିର୍ମାଣ ଆମକୁ ଏକ କଥା ସ୍ପଷ୍ଟ ଭାବେ ଶିଖାଇ ଦେଉଛି ଯେ, ପ୍ରକୃତିର ନିୟମକୁ ଅବମାନନା କରି ଯଦି କୌଣସି ଦେଶ ଅହଙ୍କାରରେ ଏପରି ବିଶାଳ ପ୍ରକଳ୍ପ କରେ, ତେବେ ତାହା କେବଳ ସେହି ଦେଶ ପାଇଁ ନୁହେଁ, ବରଂ ସମଗ୍ର ମାନବଜାତି ପାଇଁ ଏକ ମହାବିପ୍ଲବ ଆଣିପାରେ। ଚୀନ୍ର ଏହି ଜିଦ୍ କାଳେ ଆଗକୁ ଏକ ବଡ଼ ବିପର୍ଯ୍ୟୟର କାରଣ ନ ପାଲଟୁ, ସେଥିପାଇଁ ବିଶ୍ୱ ସମୁଦାୟକୁ ଏବେରୁ ସଚେତନ ହେବାକୁ ପଡ଼ିବ।
AlsoRead; https://purvapaksa.com/why-was-there-a-4000-km-long-barbed-wire-wall-from-multan-to-odisha/


