Author: Samir Rout

ଅପେକ୍ଷା କରିଛି ଦକ୍ଷିଣ ଆଫ୍ରିକା WTC final scenarios: ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‍ ସାଇକେଲରେ ଆଉ ମାତ୍ର ୪ଟି ଟେଷ୍ଟ ବାକି ରହିଛି। ଏପର୍ଯ୍ୟନ୍ତ ଫାଇନାଲ ଲାଇନ ଅପ ଚୂଡ଼ାନ୍ତ ହୋଇପାରିନାହିଁ। ଏକମାତ୍ର ଦଳ ଭାବେ ଦକ୍ଷିଣ ଆଫ୍ରିକା ଫାଇନାଲରେ ପ୍ରବେଶ କରିସାରିଛି। ବାକି ସ୍ଥାନ ପାଇଁ ଭାରତ, ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ଦାବିଦାର ରହିଛନ୍ତି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚଳିତ ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ଟେଷ୍ଟ ସିଡନୀରେ ଖେଳାଯିବ। ଏହାପରେ ଅଷ୍ଟ୍ରେଲିଆ ଦଳ ଶ୍ରୀଲଙ୍କା ଗସ୍ତରେ ଆସି ୨ଟି ଟେଷ୍ଟ ଖେଳିବ। ଭାରତ ସିଡନୀ ଟେଷ୍ଟ ଜିତିଲେ ଫାଇନାଲ୍‍ ପାଇଁ ଆଶା ଉଜ୍ଜୀବିତ ରଖିପାରିବ। ହାରିଲେ ଅଭିଯାନ ଶେଷ ହୋଇଯିବ। ସିଡନୀ ଟେଷ୍ଟ ଡ୍ର’ ରହିଲେ ଶ୍ରୀଲଙ୍କାର ଫାଇନାଲ ଆଶା ବଢିଯିବ। ୩ଟି ଯାକ ଟେଷ୍ଟ ମଧ୍ୟରୁ ଅଷ୍ଟ୍ରେଲିଆ ଯେକୌଣସି ଗୋଟିଏ ଟେଷ୍ଟ ଜିତିଲେ ମଧ୍ୟ ଫାଇନାଲରେ ପ୍ରବେଶ କରିପାରିବ। ଦକ୍ଷିଣ ଆଫ୍ରିକା: ୬୬.୬୭% ପଏଣ୍ଟ ଦକ୍ଷିଣ…

Read More