Author: Samir Rout

Who Is Pratika Rawal? ଭାରତୀୟ ମହିଳା କ୍ରିକେଟରେ ଜଣେ ନୂଆ ତାରକାଙ୍କ ଆବିର୍ଭାବ ଘଟିଛି। ଇତି ମଧ୍ୟରେ ସେ ଖେଳିଛନ୍ତି ମାତ୍ର ୬ଟି ଦିନିକିଆ ଏବଂ ସ୍କୋର କରିଛନ୍ତି ୭୪.୦୦ ହାରରେ ୪୪୪ରନ୍। ଏଥିରେ ରହିଛି ଗୋଟିଏ ଶତକ ଓ ୩ଟି ଅର୍ଦ୍ଧ ଶତକ।  ନିଜ ନାମରେ ଯୋଡ଼ିଛନ୍ତି ଅନେକ ରେକର୍ଡ। ଚଳିତ ବର୍ଷ ଭାରତ ଦିନିକିଆ ବିଶ୍ୱକପ ଆୟୋଜନ କରିବ। ଏହା ପୂର୍ବରୁ ଜଣେ ପ୍ରତିଭାବାନ ଓପନରଙ୍କ ଆବିର୍ଭାବ ଭାରତୀୟ ଦଳର ଶକ୍ତି ବଢାଇ ଦେଇଛି। ସ୍ମୃତି ମନ୍ଧନା ଓ ଶେଫାଳି ବର୍ମା ଭାରତୀୟ ଦଳର ସ୍ଥାୟୀ ଓପନର। ତଥାପି ପ୍ରତୀକାଙ୍କ ପ୍ରଦର୍ଶନ ଭାରତୀୟ ଦଳର ଅନେକ ଅସୁବିଧା ଦୂର କରିବ। ତୃତୀୟ ଓପନର ଭାବେ ସେ ଦଳରେ ସ୍ଥାନ ପାଇବେ। ବର୍ତ୍ତମାନ ଶେଫାଳି ଦଳରେ ନାହାନ୍ତି। କିନ୍ତୁ ସିନିୟର ଦିନିକିଆ ଚ୍ୟାଲେଞ୍ଜର୍ସ ଟ୍ରଫିରେ ସର୍ବାଧିକ ରନ୍ କରି ସେ ପ୍ଲେୟାର ଅଫ ଦ ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଛନ୍ତି।…

Read More