Author: NAZMEEN PARWEEN

ଓଡ଼ିଶା ରାଜନୀତିର ହାୱା ଏବେ ବଦଳିବାରେ ଲାଗିଛି। ଯେଉଁ ନେତାମାନେ ନିଜ ନିର୍ବାଚନମଣ୍ଡଳୀକୁ ନିଜର ଅଜେୟ ଗଡ଼ ବୋଲି ଭାବୁଥିଲେ, ସେମାନଙ୍କ ଆଖିରୁ ନିଦ ଏବେ ହଜିଗଲାଣି। ସଂସଦର ବିଶେଷ ଅଧିବେଶନ ଯେତିକି ପାଖେଇ ଆସୁଛି, ଓଡ଼ିଶାର ରାଜନୈତିକ ମାନଚିତ୍ରରେ ପରିବର୍ତ୍ତନର ଆଶଙ୍କା ସେତିକି ଘନୀଭୂତ ହେଉଛି। ଏହା କେବଳ ଏକ ସାଧାରଣ ନିର୍ବାଚନ ପ୍ରସଙ୍ଗ ନୁହେଁ, ବରଂ ଏହା ହେଉଛି ‘ରାଜନୈତିକ ଭୂକମ୍ପ’ର ପୂର୍ବାଭାସ। ସୀମା ପୁନଃନିର୍ଦ୍ଧାରଣ ବା ‘ଡିଲିମିଟେସନ୍’ର ଏହି ନୂଆ ରୂପରେଖ ଓଡ଼ିଶାର ଅନେକ ହେଭିୱେଟ୍ ନେତାଙ୍କ ଭବିଷ୍ୟତ ଉପରେ ଏକ ବଡ଼ ପ୍ରଶ୍ନବାଚୀ ଲଗାଇ ଦେଇଛି। ଲୋକସଭା ଆସନ ବୃଦ୍ଧି: ଓଡ଼ିଶାର କାୟା ବଦଳିବ କି? ଦେଶର ଜନସଂଖ୍ୟାକୁ ଆଧାର କରି ଲୋକସଭା ଆସନ ସଂଖ୍ୟା ୫୪୩ରୁ ବଢ଼ି ୮୫୦ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ଯଦି ଏହି ଗାଣିତିକ ସମୀକରଣ କାର୍ଯ୍ୟକାରୀ ହୁଏ, ତେବେ ଓଡ଼ିଶା ପାଇଁ ଏହା ଏକ ଐତିହାସିକ ମୁହୂର୍ତ୍ତ…

Read More