Author: NAZMEEN PARWEEN

ଆଜି ହେଉଛି ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ ଦିବସ। ଏହି ଅବସରରେ ଆମେ ତାଙ୍କୁ ମନେପକାଇବାକୁ ଚେଷ୍ଠା କରିବା। ବିଜୁ ପଟ୍ଟନାୟକ କାହାର ବୋଲି ଏହି ଅବସରରେ ତାଙ୍କ ପୁତ୍ର ଓ ବିଜୁ ପଟ୍ଟନାୟକଙ୍କ ଅନୁଗତମାନଙ୍କ ମଧ୍ୟରେ ତୀବ୍ର ପ୍ରତିଯୋଗୀତା ଆରମ୍ଭ ହୋଇଯାଇଛି। ଓଡ଼ିଶାର ରାଜନୈତିକ ଭୂଗୋଳରେ ‘ପଟ୍ଟନାୟକ’ ଶବ୍ଦଟି କେବଳ ଏକ ଉପନାମ ନୁହେଁ, ବରଂ ଏହା ଗତ ୬୦ ବର୍ଷର ଇତିହାସକୁ ନିୟନ୍ତ୍ରଣ କରିଆସୁଥିବା ଏକ ଶକ୍ତିଶାଳୀ ବ୍ରାଣ୍ଡ୍। ଏହି ବ୍ରାଣ୍ଡର ଦୁଇଟି ମୁଖ୍ୟ ସ୍ତମ୍ଭ ହେଉଛନ୍ତି ପିତା ବିଜୁ ପଟ୍ଟନାୟକ ଓ ପୁତ୍ର ନବୀନ ପଟ୍ଟନାୟକ। ଜଣେ ଓଡ଼ିଶାକୁ ଆଧୁନିକତାର ସ୍ୱପ୍ନ ଦେଖାଇଥିଲେ, ଅନ୍ୟଜଣେ ସ୍ଥିରତା ଓ ବିଜୁଙ୍କ ସ୍ୱପ୍ନର ଦ୍ୱାହି ଦେଇ ଦୀର୍ଘ ୨୪ ବର୍ଷ ଶାସନ ଗାଦିରେ ବସିଲେ। କିନ୍ତୁ ଯେତେବେଳେ ଆମେ ଏହି ଦୁଇ ଶାସନକାଳର ତୁଳନାତ୍ମକ ତର୍ଜମା କରୁ, ସେତେବେଳେ ଦେଖିବାକୁ ମିଳେ ଯେ ଜଣେ ଓଡ଼ିଶାକୁ…

Read More