Author: NAZMEEN PARWEEN

ଇତିହାସ ନିଜକୁ ଦୋହରାଏ, କିନ୍ତୁ ପାକିସ୍ତାନ ଏବଂ ଆମେରିକା ସମ୍ପର୍କ କ୍ଷେତ୍ରରେ ଏହା କେବଳ ଦୋହରାଏ ନାହିଁ, ବରଂ ଏକ ନିର୍ଦ୍ଦିଷ୍ଟ ଶୈଳୀରେ ଗତି କରେ। ବର୍ତ୍ତମାନର ବିଶ୍ୱ ରାଜନୀତିରେ ଇରାନ-ଆମେରିକା ମଧ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ ପାକିସ୍ତାନର ଭୂମିକା ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ବିଶେଷ କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କ ମଧ୍ୟରେ ବଢୁଥିବା ନିକଟତରତା ଏକ ନୂତନ ଅଧ୍ୟାୟର ସୂଚନା ଦେଉଛି। ପ୍ରଶ୍ନ ଉଠୁଛି, ଗଣତନ୍ତ୍ରର ଦ୍ୱାହି ଦେଉଥିବା ଆମେରିକା ପାଇଁ ପାକିସ୍ତାନର ସାମରିକ ଏକଛତ୍ରବାଦୀମାନେ ସବୁବେଳେ ଏତେ ‘ପ୍ରିୟ’ କାହିଁକି? ମଧ୍ୟସ୍ଥତା ପଛର ରହସ୍ୟ: ଟ୍ରମ୍ପଙ୍କ ନୂଆ ‘ଫିଲ୍ଡ ମାର୍ଶାଲ’ ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଛାୟା ଯୁଦ୍ଧକୁ ଶାନ୍ତ କରିବା ପାଇଁ ପାକିସ୍ତାନ ଏବେ ଏକ ‘ସେତୁ’ ସଦୃଶ କାର୍ଯ୍ୟ କରୁଛି। ପାକିସ୍ତାନରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ଆଲୋଚନା ପରେ ରାଷ୍ଟ୍ରପତି…

Read More