Author: NAZMEEN PARWEEN

ଆଫଗାନିସ୍ତାନର ତାରକା କ୍ରିକେଟର Rashid Khan ସମ୍ପର୍କରେ ଏକ ଚର୍ଚ୍ଚିତ ତଥ୍ୟ ସମ୍ପ୍ରତି ସୋସିଆଲ ମିଡିଆରେ ବିଶେଷ ଭାବେ ଭାଇରାଲ୍ ହେଉଛି। ଏହି ଖବର ଅନୁଯାୟୀ, ସେ ଭାରତ ଓ ଅଷ୍ଟ୍ରେଲିଆ ପରି ଶକ୍ତିଶାଳୀ କ୍ରିକେଟ ଦେଶମାନଙ୍କରୁ ମିଳିଥିବା ନାଗରିକତା ଓ ଖେଳାଳି ଭାବେ ପ୍ରତିନିଧିତ୍ୱ କରିବାର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ସୋସିଆଲ ମିଡିଆରେ ପ୍ରଚାରିତ ତଥ୍ୟ ଅନୁସାରେ, ରାଶିଦ ଖାନଙ୍କୁ ଉଚ୍ଚ ସୁବିଧା, ସୁରକ୍ଷିତ ଜୀବନ ଓ ବିଶ୍ୱସ୍ତରୀୟ ଅବସର ଦେବାର ପ୍ରସ୍ତାବ ମିଳିଥିଲା। ତଥାପି ସେ ସ୍ପଷ୍ଟ କରିଥିଲେ ଯେ, “ମୁଁ ଯଦି ମୋ ଦେଶ ପାଇଁ ଖେଳିବି ନାହିଁ, ତେବେ ଅନ୍ୟ କୌଣସି ଦେଶ ପାଇଁ ମଧ୍ୟ ଖେଳିବି ନାହିଁ।” ଏହି ଉକ୍ତି ସୋସିଆଲ ମିଡିଆରେ ଭାରି ପ୍ରତିକ୍ରିୟା ସୃଷ୍ଟି କରିଥିବା ସହ କ୍ରିକେଟ ଜଗତରେ ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି। ୨୦୨୩ ଆଇପିଏଲ ସମୟର ଘଟଣା: ଖବର ଅନୁସାରେ, ୨୦୨୩ ଆଇପିଏଲ ସମୟରେ ଜଣେ ଭାରତୀୟ…

Read More