Author: NAZMEEN PARWEEN

ପୋଖରୀପୁଟ ସ୍ଥିତ ପ୍ରିଷ୍ଟିନ୍ ଗ୍ରିନ୍ସ ଫେଜ୍-୨ ରେ ‘ସମ୍ପୂର୍ଣ୍ଣା ଲେଡିଜ୍ କ୍ଲବ’ ପକ୍ଷରୁ ଏକ ପଣା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଅଛି । ଏହି ଅବସରରେ ୧୧୦ ଲିଟରରୁ ଅଧିକ ପଣା ପଥଚାରୀ, ନିର୍ମାଣ କର୍ମୀ, ଡେଲିଭେରି କର୍ମଚାରୀ, ଅଟୋ ଏବଂ ଟ୍ୟାକ୍ସି ଚାଳକଙ୍କ ସହିତ ଅଞ୍ଚଳକୁ ଆସୁଥିବା ସାଧାରଣ ନାଗରିକମାନଙ୍କୁ ବଣ୍ଟନ କରାଯାଇଥିଲା । ରାଜଧାନୀ ଭୁବନେଶ୍ୱରରେ ବର୍ତ୍ତମାନ ଅନୁଭବ ହେଉଥିବା ପ୍ରଚଣ୍ଡ ରୌଦ୍ରତାପକୁ ଦୃଷ୍ଟିରେ ରଖି ‘ସମ୍ପୂର୍ଣ୍ଣା ଲେଡିଜ୍ କ୍ଲବ’ ପକ୍ଷରୁ ପଥଚାରୀମାନଙ୍କ ସହଯୋଗ ନିମନ୍ତେ ଏହି ଜଳଛତ୍ର ପ୍ରୟାସ ଆରମ୍ଭ କରାଯାଇଛି । ଏହି ଜଳଛତ୍ରକୁ ଓଡିଆ ନବବର୍ଷ ଓ ପଣା ସଂକ୍ରାନ୍ତି ତିଥିରେ ଆରମ୍ଭ କରାଯାଇଥିଲା ଏବଂ ଏହା ଆସନ୍ତା ଶ୍ରମିକ ଦିବସ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ କାର୍ଯ୍ୟକାରୀ ରହିବ । ଏହି ଜଳଛତ୍ରରେ ପ୍ରତିଦିନ ୧୦୦ ଲିଟରରୁ ଉର୍ଦ୍ଦ୍ୱ ପଣା ସମ୍ପୂର୍ଣ୍ଣା କ୍ଲବର ସଦସ୍ୟମାନଙ୍କ ଦ୍ୱାରା ବଣ୍ଟନ କରାଯାଉଛି । ଏହି ପଣା ବଣ୍ଟନ…

Read More