Author: NAZMEEN PARWEEN

ପଶ୍ଚିମବଙ୍ଗ ରାଜନୀତିର ଇତିହାସରେ ୨୦୨୬ ମେ ୪ ତାରିଖ ଏକ ନୂତନ ଅଧ୍ୟାୟ ଭାବେ ଲିପିବଦ୍ଧ ହୋଇ ରହିବ। ଦୀର୍ଘ ୧୫ ବର୍ଷର ମମତା ବାନାର୍ଜୀଙ୍କ ଶାସନର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି (ବିଜେପି) କଲିକତାର ନବାନ୍ନ ଦଖଲ କରିଛି। କିନ୍ତୁ ଏହି ବିଜୟ କେବଳ ମୋଦୀଙ୍କ ସଭା କିମ୍ବା ଶାହଙ୍କ ରଣନୀତିର ଫଳ ନୁହେଁ, ବରଂ ଏହା ପଛରେ ରହିଛି ଏକ ବଡ଼ ପ୍ରକ୍ରିୟା, ଯାହାକୁ କୁହାଯାଉଛି ‘SIR’ (Special Intensive Revision)। ନିର୍ବାଚନ କମିଶନଙ୍କ ଦ୍ୱାରା କରାଯାଇଥିବା ଏହି ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା କିଭଳି ବଙ୍ଗଳା ରାଜନୀତିର ମାନଚିତ୍ର ବଦଳାଇଦେଲା, ତାହା ଏବେ ସବୁଠାରୁ ବଡ଼ ଆଲୋଚନାର ବିଷୟ। SIR କ’ଣ ଏବଂ ଏହା କାହିଁକି ଗୁରୁତ୍ୱପୂର୍ଣ୍ଣ? ନିର୍ବାଚନ ପୂର୍ବରୁ ଭୋଟର ତାଲିକାରେ ଥିବା ତ୍ରୁଟି ସଂଶୋଧନ ପାଇଁ ‘Special Intensive Revision’ ବା ‘SIR’ କାର୍ଯ୍ୟକାରୀ କରାଯାଇଥିଲା। ଏହି ପ୍ରକ୍ରିୟାରେ ପ୍ରାୟ ୨୭ ଲକ୍ଷରୁ…

Read More