Author: NAZMEEN PARWEEN

ଭାରତୀୟ ରାଜନୀତିର ଇତିହାସରେ ଭାରତୀୟ ଜାତୀୟ କଂଗ୍ରେସର ଭୂମିକା ଏକ ଅସ୍ୱୀକାର୍ଯ୍ୟ ସତ୍ୟ। ଏହି ଦଳ କେବଳ ଦେଶକୁ ସ୍ୱାଧୀନତା ଆନ୍ଦୋଳନରେ ନେତୃତ୍ୱ ଦେଇନଥିଲା, ସ୍ୱାଧୀନ ଭାରତର ଗଣତନ୍ତ୍ରୀୟ ମୂଳ ଭିତ୍ତିକୁ ମଧ୍ୟ ଗଢ଼ିଥିଲା। କିନ୍ତୁ ଆଜିର ରାଜନୀତିରେ ସେହି କଂଗ୍ରେସ ନିଜର ପରିଚୟ ସଙ୍କଟରେ ଆଟକିଥିବା ଭଳି ଲାଗୁଛି। ଗୋଟିଏ ପଟେ ଦଳ ନିଜକୁ ସଂବିଧାନ, ଧର୍ମନିରପେକ୍ଷତା ଏବଂ ସାମାଜିକ ନ୍ୟାୟର ପ୍ରତୀକ ଭାବେ ପ୍ରତିଷ୍ଠା କରିବାକୁ ଚାହୁଁଛି, ଅନ୍ୟପଟେ ତାହାର ବିରୋଧୀମାନେ ତାକୁ ‘ମୁସଲିମ ତୁଷ୍ଟୀକରଣର ରାଜନୀତି’ କରୁଥିବା ଦଳ ବୋଲି ଅଭିଯୋଗ କରୁଛନ୍ତି। ନିକଟରେ ଶେଷ ହୋଇଥିବା ପାଞ୍ଚ ରାଜ୍ୟର ନିର୍ବାଚନ ପରେ ଏହି ଅଭିଯୋଗ ଆଉ ଅଧିକ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇପଡ଼ିଛି। ଆସାମ, କେରଳ, ପଶ୍ଚିମବଙ୍ଗ ଓ ତାମିଲନାଡ଼ୁ ରାଜ୍ୟର ନିର୍ବାଚନୀ ତଥ୍ୟ ଦେଖାଇ ବିରୋଧୀ ଶିବିର ଦାବି କରୁଛି ଯେ କଂଗ୍ରେସ ଧୀରେ ଧୀରେ ଏକ ‘ମୁସଲିମ ପ୍ରାଧାନ୍ୟ’ ଦଳରେ ପରିଣତ ହେଉଛି। ଏହି…

Read More