Author: NAZMEEN PARWEEN

ପଶ୍ଚିମବଙ୍ଗ ରାଜନୀତିରେ ଏକ ବିରାଟ ବିସ୍ଫୋରଣ ଘଟିଛି। ଯାହା କେହି କଳ୍ପନା କରିନଥିଲେ, ତାହା ହିଁ ସତ ହୋଇଛି । ବଙ୍ଗଳା ଗଡ଼ରେ ମମତା ବାନାର୍ଜୀଙ୍କ ସାମ୍ରାଜ୍ୟ ଧୂଳିସାତ ହୋଇଯାଇଛି ଏବଂ ବିଜେପି ଏକ ଐତିହାସିକ ବହୁ ପ୍ରତିକ୍ଷୀତ ‘ଗୈରିକ କ୍ରାନ୍ତି’ କରି ଦେଖାଇଛି। ଏହି ବିଜୟ କେବଳ ଭାରତରେ ନୁହେଁ, ବରଂ ସାରାବିଶ୍ୱରେ ଆଲୋଚନାର ବିଷୟ ପାଲଟିଛି । ଆମେରିକାର ‘ନ୍ୟୁୟର୍କ ଟାଇମ୍ସ’ ଠାରୁ ଆରମ୍ଭ କରି ପାକିସ୍ତାନର ‘ଡନ୍’ ଖବରକାଗଜ ପର୍ଯ୍ୟନ୍ତ… ସବୁଠି କେବଳ ମୋଦୀଙ୍କ ରଣନୀତି ଏବଂ ମମତାଙ୍କ ପରାଜୟର ଚର୍ଚ୍ଚା । କେବଳ ଖବର କାଗଜ ନୁହେଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ଆଜି ଆମେ ବିଶ୍ଳେଷଣ କରିବା ମମତା ବାନାର୍ଜୀଙ୍କ ପରାଜୟ ଏବଂ ବିଜେପିର ଏହି ବଡ଼ ସଫଳତା ଉପରେ ବିଦେଶୀ ମିଡିଆ କ’ଣ କହୁଛି? ୨୦୨୬ ବଙ୍ଗଳା ନିର୍ବାଚନ ଫଳାଫଳ ସମସ୍ତଙ୍କୁ ଚକିତ କରିଦେଇଛି ।…

Read More