Author: NAZMEEN PARWEEN

ମିଡିଲ ଇଷ୍ଟରେ ବଢ଼ୁଥିବା ତଣାଟଣିକୁ ନେଇ ସାରା ବିଶ୍ୱରେ ଚିନ୍ତା ବଢ଼ିଛି। ଇରାନ, ଇସ୍ରାଏଲ, ଆମେରିକା ଓ ଗଲ୍ଫ ଅଞ୍ଚଳର ଭୂ-ରାଜନୀତିକ ପରିସ୍ଥିତି ଆଗାମୀ ଦିନରେ ତେଲ ବଜାର ଓ ବିଶ୍ୱ ଅର୍ଥନୀତିକୁ ଗଭୀର ପ୍ରଭାବିତ କରିପାରେ ବୋଲି ବିଶେଷଜ୍ଞମାନେ ସତର୍କ କରୁଛନ୍ତି। ବିଶେଷକରି ହର୍ମୁଜ୍ ପ୍ରଣାଳୀକୁ ନେଇ ଚିନ୍ତା ବଢ଼ିଛି। କାରଣ ଦୁନିଆର ପ୍ରାୟ ୨୦ ପ୍ରତିଶତ କଚ୍ଚା ତେଲ ଏହି ସମୁଦ୍ରପଥ ଦେଇ ପରିବହନ ହୁଏ। ଯଦି ଏହି ରାସ୍ତାରେ କୌଣସି ବାଧା ସୃଷ୍ଟି ହୁଏ, ତେବେ ତେଲ ସପ୍ଲାଇ ଶୃଙ୍ଖଳାରେ ଗୁରୁତର ପ୍ରଭାବ ପଡ଼ିପାରେ। ମିଡିଲ ଇଷ୍ଟ : ବିଶ୍ୱ ଶକ୍ତିର କେନ୍ଦ୍ର ସାଉଦି ଆରବ, ଇରାନ, ଇରାକ, UAE ଓ କତାର ଭଳି ଦେଶ ବିଶ୍ୱର ଶକ୍ତି ଯୋଗାଣରେ ମୁଖ୍ୟ ଭୂମିକା ନେଇଥାନ୍ତି। ଏହି ଅଞ୍ଚଳରୁ ଦୁନିଆର ବହୁତ ବଡ଼ ଅଂଶର ତେଲ ଓ ଗ୍ୟାସ ରପ୍ତାନି ହୁଏ। ଏବେ ଇରାନ-ଇସ୍ରାଏଲ ତଣାଟଣି ଓ ଆମେରିକାର…

Read More