Author: NAZMEEN PARWEEN

ଓଡ଼ିଶା ରାଜନୀତିରେ ଏକ ନୂତନ ଅଧ୍ୟାୟର ସୂତ୍ରପାତ ହୋଇଛି, ଯାହା ବିଜେଡି ଓ କଂଗ୍ରେସର ଅବୈଧ ପ୍ରଣୟ ବୋଲି କୁହାଯାଉଛି। ଏହାକୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଯେଉଁ କଂଗ୍ରେସର ନୀତି, ଆଦର୍ଶ ଓ ଦୁର୍ନୀତି ବିରୋଧରେ ବିଜୁ ଜନତା ଦଳ (ବିଜେଡି)ର ଜନ୍ମ ହୋଇଥିଲା, ସେ ଏବେ ସେହି କଂଗ୍ରେସର ସାହାରାରେ ରାଜନୀତି କରିବାକୁ ବାହାରିଛି। ଏହି ନୂତନ ରାଜନୈତିକ ସମୀକରଣ ଓଡ଼ିଶାର ରାଜନୈତିକ ଦୃଶ୍ୟପଟ୍ଟରେ ଏକ ବଡ଼ ପରିବର୍ତ୍ତନର ସଂକେତ ଦେଉଛି। ବିଜେଡିର ଜନ୍ମ ଓ କଂଗ୍ରେସ ବିରୋଧ ୧୯୯୭ ମସିହାରେ କଂଗ୍ରେସର କୁଶାସନ ବିରୋଧରେ ବିଜେଡି ଜନ୍ମ ନେଇଥିଲା। ସେତେବେଳେ ଲୋକମାନେ କଂଗ୍ରେସ ବିରୋଧରେ ଯାଇ ବିଜେଡିକୁ ଶାସନ କ୍ଷମତା ଦେଇଥିଲେ। ବିଜେଡି ମୁଖ୍ୟତଃ ୨୦୦୦ରୁ ଅଦ୍ୟାବଧି ଦୀର୍ଘ ୨୯ ବର୍ଷର ଯାତ୍ରାରେ କଂଗ୍ରେସକୁ ପ୍ରାୟ ସବୁବେଳେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବରେ ଦେଖିଛି। ବିଜେଡିର ନୀତି ଓ ଆଦର୍ଶ କଂଗ୍ରେସର ନୀତି ଓ ଆଦର୍ଶଠାରୁ ସମ୍ପୂର୍ଣ୍ଣ ଭିନ୍ନ।…

Read More